ଲକ୍ଡ଼ାଉନ୍ ରେ ଉଜୁଡ଼ିଗଲା ସଂସାର

ଝାରସୁଗୁଡ଼ା: ସୁନୀଲ ଜଣେ ଦିନ ମଜୁରିଆ । ଘର ଉତରପ୍ରଦେଶର ବଳିଆ ଗାଁ । ସ୍ଥାନୀୟ ଏକ କୋଇଲା ଖଣିର ଠିକା କମ୍ପାନୀରେ କାମକରୁଥିଲେ । କମ୍ପାନୀ ଚାଲିଗଲା ପରେ ବେସାହାରା ହୋଇ କାମଧନ୍ଦା ଖୋଜୁଥିଲେ । ଲକ୍ଡ଼ାଉନ୍ ଯୋଗୁଁ ସବୁ ସଂସ୍ଥା ବନ୍ଦ ହୋଇଯିବା ପରେ ହତାଶରେ ଜୀବନ କାଟୁଥିଲେ ସୁନୀଲ । ସ୍ତ୍ରୀ ଶୋଭା ରକ୍ତହୀନତା ରୋଗରେ ଆକ୍ରାନ୍ତ । ଏହି ପରିସ୍ଥିତିରେ ପରିବାର ଭରଣ ପୋଷଣ ସୁନୀଲଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ପରି ହୋଇଥିବାବେଳେ ସୋମବାର ଦିନ ସ୍ତ୍ରୀ ଶୋଭା ଚିକିତ୍ସାôଧିନ ଅବସ୍ଥାରେ ମୃତୁ୍ୟ ବରଣ କରିଛନ୍ତି ।ଝାରସୁଗୁଡ଼ା ମାନବ ସେବା ସଂଘ ମହିଳାଙ୍କ ଶବକୁ ସଂପୂର୍ଣ୍ଣ ରୀତିନୀତି ରେ ଅନ୍ତିମ ସଂସ୍କାର କରିଥିବାବେଳେ ୪ ଶିଶୁଙ୍କୁ ଚାଇଲ୍ଡ଼ଲାଇନ୍ ନେଇଥିଲା । ସିଡ଼ବ୍ଲୁ୍ୟସି ଅନୁସାରେ ଦେଢ ମାସର ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଓ ଅନ୍ୟ ୩ ଜଣଙ୍କୁ ଶିଶୁ ଯତ୍ନ ଅନୁÂାନରେ ରଖାଯାଇଛି । ଲକ୍ଡ଼ାଉନ୍ ପରେ ଶିଶୁ ମାନଙ୍କୁ ଘରକୁ ନେବେ ବୋଲି ସୁନୀଲ ପାଣ୍ଡେ କହିଛନ୍ତି ।

Leave A Reply

Your email address will not be published.

8 + seventeen =