ଲକ୍ଡାଉନ୍ ପାଇଁ କଟକ- ଭୁବନେଶ୍ୱରରେ କମିଛି ଦୁର୍ଘଟଣା

ଭୁବନେଶ୍ୱର,୧.୬(ନି.ପ୍ର.): କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ ଯାଇଥିଲେ ହେଁ କିଛି କ୍ଷେତ୍ରରେ ଏହା ମାନବ ସମାଜ ପାଇଁ ବରଦାନ ପାଲଟିଛି । କରୋନା ଜନିତ ଲକ୍ଡାଉନ୍ ଯୋଗୁଁ ପରିବେଶ ସ୍ୱଚ୍ଛ ହେବା ସହ ସଡ଼କ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଦେଶରେ ଦୁର୍ଘଟଣା କମାଇବା ପାଇଁ ନୂଆ ନିୟମକାନୁନ ଯାହା କରିପାରିନଥିଲା, କରୋନା ଯୋଗୁଁ ତାହା ସମ୍ଭବ ହୋଇପାରିଛି । ଲକ୍ଡାଉନ୍ ସମୟରେ ଦୁର୍ଘଟଣା ସଂଖ୍ୟା ଯଥେଷ୍ଟ କମି ଥିବାରୁ ବହୁ ଅମୂଲ୍ୟ ଜୀବନ ଯଥେଷ୍ଟ କମି ଥିବାରୁ ବହୁ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଦ୍ୱୈତନଗରୀରେ ଘଟିଥିବା ଦୁର୍ଘଟଣା ସଂଖ୍ୟା ଉପରେ ନଜର ପକାଇଲେ, ପୂର୍ବ ତୁଳାନାରେ ଯଥେଷ୍ଟ ଫରକ ଦେଖିବାକୁ ମିଳିଛି । କମିସନରେଟ୍ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ଭୁବନେଶ୍ୱର କମିସନରେଟ୍ ପୋଲିସ ଜିଲ୍ଳାରେ ୬୫୦ଟି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ୨୧୨ ଜଣଙ୍କ ଜୀବନ ଯାଇଥିଲା । ଜାତୀୟ ରାଜପଥରେ ୧୦୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସହର ଭିତରେ ୧୧୧ ଜଣଙ୍କ ଜୀବନ ଯାଇଥିଲା । ପ୍ରାୟ ୪ କୋଟି ଟଙ୍କାର ସମ୍ପତି ମଧ୍ୟ ନଷ୍ଟ ହୋଇଥିଲା । ଯିଦ ମୃତ୍ୟୁ ସଂଖୃ୍ୟାର ମାସିକ ହାରାହାରି ଦେଖାଯାଏ, ତାହା ୧୭ରୁ ଅଧିକ ରହିଥିଲା । ସେହିପରି ୨୦୨୦ ଜାନୁଆରିରୁ ଏପ୍ରିଲ ଭିତରେ ୧୯୯ଟି ଦୁର୍ଘଟଣା ଘଟିଛି । ଏଥିରେ ୫୫ଜଣଙ୍କ ଜୀବନ ଯାଇଛି । ମାସିକ ହାରାହାରି ମୃତ୍ୟୁ ସଂଖ୍ୟା ହିସାବକୁ ନେଲେ ୧୩ରୁ ସାମାନ୍ୟ ଅଧିକ ରହିଥିବା ଜଣାପଡ଼ିଛି । ଦୁର୍ଘଟଣା ସଂଖ୍ୟାା ମାସକୁ ପ୍ରାୟ ୫୦ଟି ରହିଛି । କିନ୍ତୁ ଏପ୍ରିଲ ମାସରେ ରାଜଧାନୀରେ ମାତ୍ର ୧୦ଟି ଦୁର୍ଘଟଣା ଘଟିଥିବା ପୋଲିସ ରେକର୍ଡ କହୁଛି । ଯେଉଁଥିରେ ମାତ୍ର ୬ଜଣଙ୍କ ଜୀବନ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମେ’ ମାସରେ (୨୫ ତାରିଖ ସୁଦ୍ଧା) ରାଜଧାନୀରେ ମାତ୍ର ୧୫ଟି ଦୁର୍ଘଟଣା ଘଟିଛି । ତିନୋଟି ବଡ଼ ଦୁର୍ଘଟଣାକୁ ଛାଡି ଦେଲେ ବାକି ସବୁ ଛୋଟ ବୋଲି ଜଣାପଡ଼ିଛି । ପୂର୍ବ ମାସଗୁଡ଼ିକ ତୁଳଦାରେ ମୃତ୍ୟୁ ସଂଖ୍ୟା କମ୍ ରହିଥିବା ଜଣାଫଡ଼ିଛି । ସେହିପରି କଟକ କମିସନରେଟ୍ ପୋଲିସ ଜିଲ୍ଲାରେ ୨୦୧୯ରେ ୪୦୧ଟି ଦୁର୍ଘଟଣା ଘଟିଥିଲା । ୧୨୫ ଜଣଙ୍କର ଜୀବନ ଯାଇଥିଲା । ଦୁର୍ଘଟଣାରେ ୧ କୋଟି ୧୭ ଲକ୍ଷ ଟଙ୍କାରୁ ଅଧିକ ସମ୍ପତି ନଷ୍ଟ ହୋଇଥିଲା । ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାର ହାରକୁ ଦେଖିଲେ ମାସକୁ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଚଳିତବର୍ଷ ଜାନୁଆରିରୁ ଏପ୍ରିଲ ପର୍ଯ୍ୟନ୍ତ କଟକରେ ୨୯ଟି ଦୁର୍ଘଟଣା ଘଟିଛି । ମାସକୁ ପ୍ରାୟ ୭ ଜଣଙ୍କର ମୃତୁ୍ୟ ଘଟିଛି । କିନ୍ତୁ ଏପ୍ରିଲରେ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଏପ୍ରିଲ ୧୩ଟି ଦୁର୍ଘଟଣା ଘଟିଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

18 − ten =