ଯାଜପୁର : ଯାଜପୁର ପୋଲିସ ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଲକ୍ଡ଼ାଉନ୍ ସମୟରେ ଯାଜପୁର ଜିଲ୍ଲାର ୨ଟି ପୌରାଞ୍ଚଳରେ ଘରେ ଔଷଧ ପହଞ୍ଚାଇବା ପାଇଁ ପୋଲିସ ପକ୍ଷରୁ ୨ଟି ଟେଲିଫୋନ୍ ନମ୍ବର ଜାରି କରାଯାଇଛି । ଯାଜପୁର ଟାଉନ ଥାନା ପକ୍ଷରୁ ୯୫୫୬୪୪୦୧୯୧ନମ୍ବର ଏବଂ ଯାଜପୁରରୋଡ ଥାନା ପକ୍ଷରୁ ୮୯୮୪୨୨୭୪୭୬ ନମ୍ବରରେ ସଂପର୍କ କରି ନିଜ ପରିଚୟ ଠିକଣା ପ୍ରଦାନ କରିବା ସହ ହ୍ୱାଟସପ୍ରେ ଡାକ୍ତରୀ ଚିଠା ପଠାଇଲେ ପୋଲିସ ୨୪ ଘଣ୍ଟା ମଧ୍ୟରେ ଥାନା କର୍ମଚାରୀଙ୍କ ଦ୍ୱାରା ଔଷଧ ପହଂଚିବ । ଔଷଧ ପହଂଚିବା ପରେ ସଂପୃକ୍ତ ବ୍ୟକ୍ତି ଔଷଧର ମୂଲ୍ୟ ପ୍ରଦାନ କରିବେ । ଏହି ସେବା କେବଳ ଲକ୍ଡାଉନ ସମୟରେ ଉପଲବ୍ଧ ହେବ ବୋଲି ଯାଜପୁର ଏସ.ପି ରାହୁଲ ପି.ଆର ସୂଚନା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ କେତେକ ଅମାନିଆ ସେମାନଙ୍କର ଔଷଧ ଚିଠା ପକେଟ୍ ପୁରାଇ ଲକ୍ଡାଉନ୍ ସମୟରେ ବୁଲୁଥିବାର ଦେଖିବାକୁ ମିଳିଛି । ଲକ୍ଡାଉନ୍କୁ ସଠିକ୍ ଭାବେ ଲୋକମାନେ ପାଳନ କରିବା ପାଇଁ ପୋଲିସର ଏହି ଅଭିନବ ପ୍ରୟାସ କୁ ବୁଦ୍ଧିଜୀବିମାନେ ପ୍ରଶଂସା କରିଛନ୍ତି ।