ଲବ-କୁଶ ଅସୁସ୍ଥ

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଛୁଆ ବାଘ ଲବ-କୁଶ ଅସୁସ୍ଥ । କାମ ଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା । ଫଳରେ ଏବେ ବାହାର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ନନ୍ଦନକାନନ କର୍ତୃପକ୍ଷ । ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚୁ୍ୟଟର ବିଶେଷଜ୍ଞଙ୍କ ପରାମର୍ଶ ଲୋଡାଯାଇଛି । ଏଥିସହ ଓୟୁଏଟିର ସେଂଟର ଫର ୱାଇଲ୍ଡ ଲାଇଫ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସାରେ ସାମିଲ କରାଯାଇଛି । ବର୍ତମାନ ଦୁଇ ବାଘଛୁଆ ଲବ-କୁଶ ଠିକାଠାକ୍ ଖାଦ୍ୟ ଖାଉଥିବା ବେଳେ ଖୁବ୍ ଶୀଘ୍ର ଠିକ୍ ହୋଇଯିବେ ବୋଲି ଆଶା କରାଯାଉଛି । ବର୍ଷକ ତଳେ ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିବା ବାଘ ସୈଫ ଔରସରୁ ବାଘୁଣୀ ସ୍ନେହା ଏହି ୨ ଛୁଆ ପ୍ରସବ କରିଥିଲା । ପରେ ଏ ଦୁଇ ବାଘ ଛୁଆର ନାଁ ଲବ-କୁଶ ରଖାଯାଇଥିଲା । ଏଥିସହ ଏହି ଦୁଇ ବାଘ ଛୁଆ ଜନ୍ମ ହେବା ପରେ ନନ୍ଦନକାନନରେ ବାଘସଂଖ୍ୟା ୨୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

18 + five =