ନବରଙ୍ଗପୁର: ନବରଙ୍ଗପୁର ସହରର ମୁଖ୍ୟ ରାସ୍ତାରେ ଥିବା ବହୁ ପୂରାତନ ତିନି ମହଲା ବିଶିଷ୍ଟ ପାରସନାଥ ଏମ୍ପୋରିୟମ ନାମ ଏଲ ଲୁଗା ଦୋକାନରେ ମଙ୍ଗଳବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ପ୍ରଥମେ ନବରଙ୍ଗପୁର ଅଗ୍ନିଶମ ବିଭାଗ ର ୩ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଝି ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ପରେ ପାପଡାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ବୋରିଗୁମ୍ମା, କୋଟପାଡରୁ ଏପରି ୭ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଝି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ଦୀର୍ଘ୍ୟ ୧୧ଘଣ୍ଟା ପରେ ପରେ ନିଆଁକୁ ଆୟତ କରିଥିଲେ । ସୂଚନା ଅନୁଯାୟୀ ସହର ମଧ୍ୟଦେଇ ଜାତୀୟ ରାଜପଥ ପାଶ୍ୱରେ ଥିବା ପାରସନାଥ ଏମ୍ପୋରିୟମ ନାମକ ଲୁଗା ଦୋକାନ ରହିଛି । ମଙ୍ଗଳବାର ଅପରାହ୍ନରେ ଏହି ଦୋକାନର ଦ୍ୱିତୀୟ ମହଲାରୁ ନିଆଁ ବାହାରିବା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ନବରଙ୍ଗପୁର ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଝି ନିଆଁକୁ ଆୟତ କରିବାକୁ ଉଦ୍ୟମ କରି ବିଫଳ ହୋଥିଲେ । ଅନ୍ୟପଟେ ରାତିରେ ଏହି ନିଆଁ ଦୋକାନର ଛାତ ଓ ତଳ ମହଲାକୁ ବ୍ୟାପି ଯାଇଥିଲା । ପରିସ୍ଥିତି ଅଣାୟତ ହେଉଥିବାରୁ ପାପଡାହାଣ୍ଡି,ବୋରିଗୁମ୍ମା,କୋଟପାଡ ସମେତ ନବରଙ୍ଗପୁରର ୭ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଆୟତ କରିଥିଲେ ।ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଓ ଏସପି ପ୍ରହଲ୍ଲାଦ ସହାଇ ମୀନା ଖବର ପାଇ ଘଟଣା ସ୍ଥଳରେ ପହଞ୍ଝି ସମସ୍ତ ପରିସ୍ଥିତି ଉପରେ ନଜର ରଖି ନିଆଁକୁ ଆୟତ କରିବା ସମସ୍ତ ପ୍ରକାର ପଦକ୍ଷେପ ନେଇଥିଲେ ।ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ଏୟାରକଣ୍ଡିସନରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସନେ୍ଦହ କରୁଛନ୍ତି ଦୋକାନ ମାଲିକ ଆନନ୍ଦ ଜୈନ କହିଛନ୍ତି । ପ୍ରାୟ ଦେଢ କୋଟିରୁ ଦୁଇ କୋଟିର ଟଙ୍କାର ପୋଷାକ ପୋଡି ନଷ୍ଟ ହୋଇଯାଇଥିବା କହିଛନ୍ତି ଦୋକାନ ମାଲିକ ଶ୍ରୀ ଜୈନ ।