ଲୁଟି ନପାରି ଜାଳିଦେଲେ ଏଟିଏମ୍

ଉଦଳା: ଟଙ୍କା ଲୁଟ୍ ପାଇଁ ଆସି ବିଫଳ ହେବା ପରେ ଏଟିଏମ୍ ଜାଳିଦେଲେ ଦୁର୍ବୃତ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରେ । ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ ଉଦଳା କଲେଜ ରୋଡରେ ଥିବା ଏସ୍ବିଆଇ ଏଟିଏମ୍ରୁ ଟଙ୍କା ଲୁଟ୍ ପାଇଁ ଯାଇଥିଲେ । ହେଲେ ଏଟିଏମ୍ରୁ ଟଙ୍କା ଲୁଟ୍ କରି ବିଫଳ ହେବାପରେ ଦୁର୍ବୃତମାନେ ଏଟିଏମ୍ ଜାଳି ଦେଇ ସେଠାରୁ ପଳାଇଯାଇଥିବା ଅନୁମାନ କରାଯାଉଛି । ଏଟିଏମ୍ ପାଖରୁ ଗ୍ୟାସ କଟର ମେସିନ୍ ଜବତ ହୋଇଛି । ତେବେ ଏଟିଏମ୍ରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ , ସେ ସମ୍ପର୍କରେ ଜଣାପଡିନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏଟିଏମ୍ରେ ୨୦ ଲକ୍ଷ ଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

three × 3 =