ଭୁବନେଶ୍ୱର: ଟୁଲୁକୁ ଗିରଫ କରାଯିବା ପରେ ତା’ର ବୟାନ ସ୍ପେସାଲ୍ ସ୍କାଡ୍ ଅଧିକାରୀମାନଙ୍କ ମୁଣ୍ଡ ଘୂରାଇ ଦେଇଥିଲା । ଯୁକ୍ତ ଦୁଇ ପଢ଼ି ସାରିବା ପରେ ସେ ଗାଁରେ ‘ଜେନା ନୁ୍ୟ ଷ୍ଟାଇଲ୍’ ନାମକ ଏକ ଲୁଗା ଓ ଚପଲ ଦୋକାନ ଖୋଲିଥିଲା । ବ୍ୟବସାୟ ପାଇଁ ଉପରେକ୍ତ ଦୁଇ ବ୍ୟାଙ୍କରୁ ସେ ମୋଟ୍ ୧୯ ଲକ୍ଷ ଟଙ୍କା ଋଣ ଆଣିଥିଲା । ବେପାର ଭଲ ଚାଲିଥିଲା ଓ ସେ ଧାର୍ଯ୍ୟ କିସ୍ତି ଶୁଝୁଥିଲା । ମାତ୍ର ହଠାତ୍ କରୋନା ସବୁ ବିଗାଡି ଦେଲା । ଲକ୍ଡାଉନ୍ ଯୋଗୁଁ ତା’ ବେପାର ଠପ୍ ହୋଇଯାଇଥିଲା । ତେଣୁ ସେ କିସ୍ତି ଟଙ୍କା ଶୁଝିପାରିନଥିଲା । ଏଣେ ୧୯ ଲକ୍ଷ ଟଙ୍କା କରଜକୁ ମାତ୍ର ୬ ଲକ୍ଷ ଟଙ୍କା ଶୁଝିଥିବା ଟୁଲୁ ପାଖକୁ ବ୍ୟାଙ୍କ କର୍ତୃପକ୍ଷଙ୍କ ଘନଘନ ନୋଟିସ କରୁଥିଲେ । ଏଣୁ ତା’ମୁଣ୍ଡକୁ ହଠାତ୍ ଦିନେ ସଇତାନ୍ ବୁଦ୍ଧି ଜୁଟିଥିଲା । ଋଣ ଆଣିଥିବା ବ୍ୟାଙ୍କ ଦ୍ୱୟକୁ ଲୁଟ୍ କରି ସେହି ଟଙ୍କାରେ ଋଣ ଶୁଝିବାକୁ ସେ ଯୋଜନା କରିଥିଲା । ଏତେ ବଡ଼ ଯୋଜନା କଲା ସିନା ଲୁଟର ତରିକା ତାକୁ ଜଣାନଥିଲା । ତେଣୁ ସେ ୟୁ-ଟୁ୍ୟବ୍ରୁ ବ୍ୟାଙ୍କ ଲୁଟର ବିଭିନ୍ନ କୌଶଳ ଦେଖିଥିଲା । ଘରେ ରିହର୍ସାଲ କଲା । କେଉଁ ସମୟରେ କର୍ମଚାରୀ ଓ ଗ୍ରାହକ କମ୍ ରହୁଛନ୍ତି, ସେହି ସମୟକୁ ଟାର୍ଗେଟ୍ କରି ସେ ଳୁଟ୍ ପାଇଁ ଯୋଜନା କରିଥିଲା । ଏହା ପରେ ସେ ଗୋଟିଏ ଏୟାରଗନ୍ କିଣିଲା ଓ ସେପ୍ଟେମ୍ବର ୭ ତାରିଖରେ ଇନ୍ଫୋସିଟି ଥାନା ଅଧୀନ ନନ୍ଦନବିହାର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଦିନ ଦି’ପହରେ ଲୁଟ କରିଥିଲା । ଉକ୍ତ ଅପରେସନ୍ ସଫଳ ହେଲା ପରେ ତା’ର ସାହାସ ବଢ଼ି ଯାଇଥିଲା ଲୁଟ ଟଙ୍କାରୁ ୭୫ ହଜାର ଟଙ୍କା ଦେଇ ସେ ଗୋଟିଏ ଅସଲି ମାଉଜର୍ କିଣିଥିଲା । ଗୁଳି ଚାଳନା (ବ୍ଲାଙ୍କ ଫାୟାରିଂ) କରିଥିଲା । ସେପ୍ଟେମ୍ବର ୭ରେ ନନ୍ଦନବିହାର ଆଇଓବି ଶାଖାରୁ ୨ ଲକ୍ଷ ୭୮ ହଜାର ସ ସେହି ମାସ ୨୮ରେ ବ୍ୟାଙ୍କ ଅଫ ଇଣ୍ଡିଆ ବରିମୁଣ୍ଡ ଶାଖାରୁ ୯ ଲକ୍ଷ୫୩ ହଜାର ଲୁଟିଥିଲା । ଅଭିଯୁକ୍ତ ଟୁଲୁ । ରାଜଧାନୀରେ ଏହି ଦୁଇ ବ୍ୟାଙ୍କ ଲୁଟ କମିସନରେଟ୍ ପୋଲିସ ନିଦ ହଜେଇ ଦେଇଥିଲା । ଦାୟିତ୍ୱ ନେବା ପରେ ସ୍ପେସାଲ ସ୍କାଡ୍ ବିଭିନ୍ନ ଦିଗକୁ ନେଇ ଛାନ୍ଭିନ୍ ଆରମ୍ଭ କରିଥିଲେ । ଆରମ୍ଭରୁ ପୋଲିସ ପାଖରେ କିଛି ବି ସୁରାକ୍ ନଥିଲା । କେବଳ ଟୁଲୁର ହେଲମେଟ୍ ଓ ନମ୍ବରବିହୀନ ସ୍କୁଟିର ସିସିିଟିଭି ଫୁଟେଜକୁ ଧରି ପୋଲିସ ଆଗେଇଥିଲା । ତେବେ ଏହା ଭିତରେ ବ୍ୟାଙ୍କ କର୍ତୃପକ୍ଷଙ୍କଠାରୁ ପୋଲିସକୁ ଏକ ବଡ଼ ସୁରାକ୍ ମିଳିଥିଲା । ଦୀର୍ଘ ୬ ମାସ ଧରି ମାସିକିଆ କିସ୍ତି ଦେଇ ପାରୁନଥିବା ଟୁଲୁ ବରିମୁଣ୍ଡ ଶାଖାରେ ଏକାଥରକେ ୬୦ ହଜାର ଟଙ୍କା ଜମା କରିଥିଲା । ଏଥିରୁ ପୋଲିସ ସନେ୍ଦହ ହୋଇଥିଲା । ହଠାତ୍ ଟୁଲୁ ପାଖରେ ଏତେ ପଇସା କେଉଁଠୁ ଆସିଲ । ପରେ ସିସିଟିଭିରେ ଳୁଟେରା ଓ ଟୁଲୁର ଚେହେରା ମିଶାଇବାରୁ ତାହା ମିଶି ଯାଇଥିଲା । ଉଭୟ ବ୍ୟାଙ୍କରୁ ଲୁଟିବାବେଳେ ସେ ପିନ୍ଧିଥିବା ହେଲ୍ମେଟ୍ ମଧ୍ୟ ସମାନ ଥିଲା । ତେଣୁ ଏହି କାଣ୍ଡ ଟୁଲୁ ଭିଆଇଥିବା ନେଇ ପୋଲିସ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ତାକୁ ପିଛା ପୋଲିସ ଗତରାତିରେ ଖୋର୍ଦ୍ଧାରୁ ଉଠାଇବା ପରେ ସେ ସବୁ ସତ ମାନିଯାଇଥିଲା । ଉଭୟ ବ୍ୟାଙ୍କରୁ ଲୁଟ୍ର ଡେମୋ ପ୍ରଦର୍ଶ କରିଥିଲା ।