ଶାବର ଶ୍ରୀ କ୍ଷେତ୍ରରେ ରଥକାଠ ଅନୁକୂଳ

କୋରାପୁଟ : ପବିତ୍ର ଶ୍ରୀ ପଚଂମୀ ତିଥିରେ ଶାବର ଶ୍ରୀ କ୍ଷେତ୍ରର ପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ତିନୋଟି ରଥ ପାଇଁ ପହଂଚିଥିବା କାଠକୁ ପୂଜାର୍ଚ୍ଚନା କରାଯାଇଛି । ୨୦୧୯ ମସିହାରେ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମ ଥର ପାଇଁ ତିନୋଟି ରଥରେ ଘୋଷଯାତ୍ରା ଆୟୋଜିତ ହୋଇଥିଲା । ଏହାପରେ ପ୍ରତିବର୍ଷ ତିନୋଟି ରଥ ରେ ରଥଯାତ୍ରା ପାଇଁ ନିଷ୍ପତି ନିଆଯାଇଥିଲା । ତେବେ ଗତବର୍ଷ କୋଭିଡ୍ କଟକଣା ଯୋଗୁଁ ମନ୍ଦିର ପରିସରରେ ତିନି ଠାକୁରଙ୍କୁ ଗୋଟିଏ ରଥରେ ବସାଇ ଯାତ୍ରା ସମ୍ପନ୍ନ କରାଯାଇଥିଲା । ଚଳିବର୍ଷ କରୋନା ପ୍ରଭାବ ପ୍ରାୟତଃ କମି ଯାଇଥିବାରୁ ପୁଣି ତିନୋଟି ରଥ କରିବାକୁ ମନ୍ଦିର ପରିଚାଳନା କମିଟି ଚିନ୍ତା କରୁଛି । ଏଥିପାଇଁ ପୂର୍ବ ପ୍ରସ୍ତୁତି ପୂର୍ବକ ତିନି ରଥର ସିଂହାସନରେ ଲାଗୁଥିବା କାଠକୁ ପୂଜା କରାଯାଇଛି । ଆସନ୍ତା ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ ପ୍ରାରମ୍ଭ ହେବ । ପୂଜା ହୋଇଥିବା ଏହି କାଠକୁ ସେଥିରେ ବ୍ୟବହାର କରାଯିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା ସମ୍ପାଦକ ଗଦାଧର ପରିଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

2 × 3 =