ଶାମଳ ଜଙ୍ଗଲରେ ଲାଗିଛି ନିଆଁ

ଭୁବନ: ଭୁବନ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ସ୍ଥ ଶାମଳ ଜଙ୍ଗଲରେ ଆଜି ମଧ୍ୟାହ୍ନରେ କୌଣସି ଦୁର୍ବୃତ ନିଆଁ ଲଗାଇଦେଇ ଥିବାରୁ ଶହଶହ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଏ ସଂପର୍କରେ ଖବର ପାଇ ଭୁବନ ଫରେଷ୍ଟ ରେଞ୍ଜ ଅଫିସର ଅନୀତା ସେଠୀ ଙ୍କ ତତ୍ୱାବଧାନରେ ଦମକଳ ବାହିନୀ ଙ୍କ ସହାୟତାରେ ନିଆଁ ଲିଭାକାର୍ଯ୍ୟ ଜାରି ରହିଛି । ଆଜି ବିଶ୍ୱ ବନ ଦିବସ ଅବସରରେ ଜଙ୍ଗଲରେ ନିଆଁ ଲାଗିବା ଫଳରେ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି । ବାରମ୍ବାର ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ବନ୍ୟଜନ୍ତୁ ମାନେ ଗ୍ରାମ ମୁହାଁ ହେଉଥିବାରୁ ଜଙ୍ଗଲ ପାଖ ବାସିନ୍ଦା ଭୟଭୀତ ହୋଇପଡୁଛନ୍ତି । ପ୍ରକାଶଥାଉକି ଗତ ଫେବୃଆରୀ ମାସ ୨୫ ତାରିଖରେ କୁନିନ୍ଦା ପଂଚାୟତର କୁମୁରିସିଙ୍ଗା ଜଙ୍ଗଲରେ ନିଆଁ ଲାଗିଥିଲା ।

Leave A Reply

Your email address will not be published.

three × 4 =