ଶିକ୍ଷାନୁଷ୍ଠାନ ଖୋଲିବାକୁ ସ୍କୁଲ ଓ ଗଣ ଶିକ୍ଷାବିଭାଗର ପ୍ରସ୍ତୁତି


ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ କ୍ରମଶଃ ହା୍ରସ ପାଇବା ଯୋଗୁଁ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ଗୁରୁତର ସହକାରେ ଚିନ୍ତା କରୁଥିବା ଜଣାଯାଇଛି । ତେବେ । ଅଗ୍ରାଧିକାର ଭିତିରେ ଓ ସୂରକ୍ଷା ବ୍ୟବସ୍ଥା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି । ଅନ୍ଲାଇନ୍ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ । ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ପର୍ଯ୍ୟାୟ କ୍ରମେ କ୍ୟାମ୍ପସ୍ ଖୋଲିବାକୁ ନିଷ୍ପତି ନେଇଛନ୍ତି । ନବମରୁ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ ଖୋଲିବା ନିଷ୍ପତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ଛାଡିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏହାପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଦେଖାଦେଇଛି ତପରତା । କ୍ଲାସ ରୁମ୍, ଲାବରୋଟାରୀ, ଶୌଚାଳୟକୁ ବିଶୋଧନ କରି ପାନୀୟ ଜଳ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ସବୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ଗତକାଲି ନିଦେ୍ର୍ଧଶ ହୋଇଛି ।
ଆଉ ନିଦେ୍ର୍ଧଶ ପାଇବା ପରେ କଲେଜଗୁଡିକରେ ଆରମ୍ଭ ହୋଇଛି ବିଶୋଧମ କାମ । କ୍ଲାସ ରୁମ୍ରେ ବିଶୋଧନ ସିଞ୍ଚନ କରାଯାଉଛି । ବେଞ୍ଚ ଡେସ୍କକୁ ବି ସଫା କରି ରଖାଯାଉଛି । ସେପଟେ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏସ୍ଆରସିଙ୍କ ନିଦେ୍ର୍ଧଶ ଅନୁଯାୟୀ ବିଜ୍ଞାନ ଓ ବୈଷୟିକ ଶିକ୍ଷା ବିଭାଗ ପିଏଚ୍ଡି, ଏମ୍ପିଲ୍ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଗବେଷଣାଗାର ଖୋଲିବାକୁ ବିଶ୍ୱବିଦ୍ୟାଳୟଗୁଡିକୁ ଅନୁମତି ଦେଇଛନ୍ତି ।
ବର୍ତମାନ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଶିକ୍ଷା ମିଳୁଛି । ହେଲେ ଅନ୍ ଲାଇନ୍ ଶିକ୍ଷା ଦ୍ୱାରା ସନେ୍ଦହ ଦୂର ହେଉନି । ତେଣୁ ବୋର୍ଡ ପରୀକ୍ଷା ପୂର୍ବରୁ କ୍ଲାସ ରୁମ୍ ଟିଚିଂର ଯଥେଷ୍ଟ ଆବଶ୍ୟକତା ଥିବା ଛାତ୍ରଛାତ୍ରୀ କହିଛନ୍ତି ।

Leave A Reply

Your email address will not be published.

1 + 18 =