ଭୁବନେଶ୍ୱର: ନ୍ୟାସ୍ନାଲ୍ ରିମୋଟ୍ ସେନ୍ସିଂ ସେଂଟର(ଏନଆରଏସସି), ହାଇଦ୍ରାବାଦର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଜଙ୍ଗଲରେ ନିଆଁ ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଏଫଏସଆଇ ଦେହରାଡୁନ୍, ସୂଚନା ଅନୁଯାୟୀ ଶନିବାର ରାଜ୍ୟର ୩୪୧ଟି ଜଙ୍ଗଲ ଅଗ୍ନି ସତର୍କ ସୂଚନା ରହିଛି । ଗତକାଲି ୭୦୧ଟି ଜଙ୍ଗଲ ଆଲର୍ଟ ଥିଲା । ଶିମିଳିପାଳରେ କେବଳ ୪ଟି ଫାୟାର ଆଲର୍ଟ ରହିଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏଯାବତ୍ ପ୍ରାପ୍ତ ଅଗ୍ନି ପଏଂଟ୍ ଗୁଡ଼ିକର ପ୍ରାୟ ୯୫% କ୍ଷେତ୍ରରେ ବିହିତ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି ।ଏଫଏସଆଇ ଆଲର୍ଟ ସୂଚନା ଅନୂଯାୟୀ, ବର୍ତମାନ ସୁ୍ଦ୍ଧା ରାଜ୍ୟର ପ୍ରାୟତଃ କୌଣସି ଅଗ୍ନି ପଏଂଟ୍ଗୁଡ଼ିକର କ୍ରମାଗତ ଅଗ୍ନି ନାହିଁ ।
ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳ, ତହସିଲଦାର, ଜଙ୍ଗଲ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କ ସହିତ ୨୪ ଘଂଟିଆ ଅଗ୍ନି ହ୍ରାସ କରିବାରେ ଓ କ୍ଷୟକ୍ଷତିର ଆକଳନ କରିବାରେ ସାହାଯ୍ୟ କରୁଛନ୍ତି । ରାତ୍ରି ପାଟ୍ରୋଲିଂ ସମେତ ଅନ୍ୟ ସମସ୍ତ ପାଟ୍ରୋଲିଂକୁ ଦୃଢ଼ୀଭୂତ କରାଯାଇଛି ଏବଂ ଏହାକୁ ପିସିସିଏଫ୍ ଙ୍କ କାର୍ଯ୍ୟାଳୟର ଓଡ଼ିଶା ଫରେଷ୍ଟ ମ୍ୟାନେଜମେଂଟ୍ ସିଷ୍ଟମ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରାଯାଉଛି । ଉପଗ୍ରହ ଭିତିକ ଜଙ୍ଗଲ ଅଗ୍ନି ଆଲର୍ଟ ପଏଂଟ୍, ତଥ୍ୟ ବ୍ୟବହାର କରି ଏଫଏସଆଇ ଦେହରାଡୁନ୍ରୁ ପ୍ରାପ୍ତ ବନାଗ୍ନି ସ୍ଥିତି ସଂକ୍ରାନ୍ତୀୟ ସବିଶେଷ ବିବରଣୀ ଏସଏମଏସ୍ ଜରିଆରେ ତଥା ହ୍ୱାଟସଆପ୍ ମାଧ୍ୟମରେ କ୍ଷେତ୍ରୀୟ କର୍ମଚାରୀଙ୍କ ପଂଜୀକୃତ ମୋବାଇଲ୍କୁ ଏବଂ ଇମେଲ୍ରେ ବନଖଣ୍ଡ କାର୍ଯ୍ୟାଳୟକୁ ତୁରନ୍ତ ପ୍ରେରଣ କରାଯାଉଅଛି । ବନ କର୍ମଚାରୀମାନେ ତୁରନ୍ତ ଏହି ପଏଂଟଗୁଡ଼ିକରେ ପହଂଚି ବିହିତ କାର୍ଯ୍ୟାନୁÂାନ ଗ୍ରହଣ କରୁଛନ୍ତି । କ୍ଷେତ୍ର ସ୍ତରରେ ଜଙ୍ଗଲ ଅଗ୍ନି ନିୟନ୍ତ୍ରଣ ନିମନ୍ତେ ବର୍ଦ୍ଧିତ ମାନବ ଶକ୍ତି ଏବଂ ଭିତିଭୂମିର ଦୃଢ଼ୀକରଣ ଫଳପ୍ରଦ ଭାବରେ ବ୍ୟବହୃତ ହେଉଛି । ଅସୁରକ୍ଷିତ ବନାଂଚଳ ଏବଂ ବନାଗ୍ନି ପ୍ରାବଲ୍ୟ ସ୍ଥାନ ଗୁଡ଼ିକର ସୁରକ୍ଷା ନିମନ୍ତେ ଅଧିକ ଅଗ୍ନି ସଚେତନତା, ଅଗ୍ନି ନୀରିକ୍ଷଣକାରୀ ଦଳ ଏବଂ ଲିଫ୍ ବ୍ଲୋୟର୍ ନିୟୋଜନ କରାଯାଇଅଛି । ଅଗ୍ନି ନିୟନ୍ତ୍ରଣରେ ସକ୍ରିୟ ଭୂମିକା ପାଇଁ ସ୍ଥାନୀୟ କିମ୍ବା ଭିଏସଏସ ସଦସ୍ୟଙ୍କୁ ପ୍ରୋତ୍ସାହନ ପ୍ରଦାନ ଏବଂ ପୁରସ୍କାର ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକତା ଅନୁଯାୟୀ ଦେୟ ଆଧାରରେ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟଙ୍କୁ ଅଗ୍ନି ନିର୍ବାପକ କାର୍ଯ୍ୟରେ ନିୟୋଜିତ କରିବାକୁ ରାଜ୍ୟ ସରକାର ବନଖଣ୍ଡ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ବନାଗ୍ନି ଦମନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ସ୍ଥାନୀୟ ଲୋକଙ୍କର ସହଯୋଗକୁ କାୟମ ରଖି ବନାଗ୍ନିକୁ ଦମନ କରିବା ନିମନ୍ତେ ସମସ୍ତ ଉଦ୍ୟମ ଜାରି ରଖିବାକୁ ସମ୍ପୃକ୍ତ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା ନିଦେ୍ର୍ଧଶ ଦେଇଛନ୍ତି । ସେଂଟ୍ରାଲ୍ ଟିମ୍ ଶିିମିଳିପାଳ ଗସ୍ତ ପରେ ବର୍ତମାନ କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟରେ ଆମର କ୍ଷେତ୍ର ଅଧିକାରୀମାନଙ୍କ ସହ ଅଗ୍ନି ପ୍ରଭାବିତ ଅଂଚଳ ପରିଦର୍ଶନ କରୁଛନ୍ତି । ରାଜ୍ୟରେ ଜଙ୍ଗଲ ଅଗ୍ନି ପରିଚାଳନା ପାଇଁ ସରକାର ଏବଂ ଟାସ୍କ ଫୋର୍ସ ଦ୍ୱାରା କ୍ଷେତ୍ର ଅଧିକାରୀଙ୍କ ସହିତ ଅଗ୍ନି ସ୍ଥିତିର ନିରନ୍ତର ବ୍ୟକ୍ତିଗତ ତଦାରଖ ଓ ସମୀକ୍ଷା ଜାରି ରହିଛି । ଶିମିଳିପାଳରେ ବିଜେପି ପ୍ରତିନିଧି ଦଳ