ଶୁଖିଲା ପଡ଼ିଛି କେନାଲ, ଗଜାମରୁଡି ଆଶଙ୍କା

ଯାଜପୁର: ଯାଜପୁର ଜଳସଂପଦ ବିଭାଗର ଠିକାଦର ପି୍ରତି ଯୋଗୁ କେନାଲ ସୁଖିଲା ପଡ଼ିଥିବା ଦେଖିବାକୁ ମିଳିଛି । କେନାଲରେ ପାଣି ନ ଆସିବା କାରଣରୁ ତଳି ଧାନ ତଳି ଗଜା ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି । ଚଳିତ ବର୍ଷ ସମଗ୍ର ଦଶରଥପୁର ବ୍ଲକର ଅକରପଡ଼ା, ତଳିହା, ବିରଜାପୁର, ଚିତାଳୋ, ଖଣ୍ଡରା, ରାହାସୋଇ, କଟିକଟା, ଚମ୍ପେଇପାଳ, ବିହାରୀ, ଦଶରଥପୁର, ଗୋପାଳପୁର, କନିକାପଡ଼ା, ଗ୍ରାମନନ୍ଦିପୁର, ମଙ୍ଗଳପୁର, ଶୁଶୁଆ, ପାଲଟପୁର, ବିରିପଟା, ଜାଫରପୁର, ଚଷାଖଣ୍ଡ, ତରପଦା ଆଦି ପଂଚାୟତର ଶତାଧିକ ଚାଷୀ ଧାନ ଚାଷ ନିମନ୍ତେ ଜମିରେ ଧାନ ତଳି ପକାଇଥିଲେ । କେତେକ ଜମିରେ ଧାନରୁ ଗଜା ବାହାରିଥିବା ବେଳେ ଆଉ କେତେକ ଜମିରେ ଧାନ ତଳି ଉଠିଥିବାର ଦେଖିବାକୁ ମିଳିଛି । ଏପରି ସ୍ଥଳେ ଗତ କିଛି ଦିନ ହେଲା ଏହି ଅଂଚଳରେ ମୈାସୁମୀ ବାୟୁ ଜନିତ ବର୍ଷାରେ ଅନିୟମିତତା ଦେଖା ଦେଇଛି । ଫଳରେ ବର୍ଷା ହେବା ପରିବର୍ତେ ଖରା ତାତି ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଥିବା ଯୋଗୁ ଧାନ ତଳି ଜମି ଗୁଡ଼ିକ ଫାଟିବାକୁ ଆରମ୍ଭ କଲାଣି । ଅନେକ ଚାଷୀ ଅତିରିକ୍ତ ଅର୍ଥ ବ୍ୟୟ କରି ପାଣି ମଟର ସାହାଯ୍ୟରେ ତଳି ଜମିରେ ପାଣି ମଡ଼ାଉ ଥିବା ବେଳେ ଆଉ କେତେକ ଚାଷୀ ଭାରରେ ପାଣି ବୋହି ଧାନ ତଳି ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଅପରପକ୍ଷେ ସ୍ଥାନୀୟ ଅଂଚଳର ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ କେନାଲ ଗୁଡ଼ିକ ସୁଖିଲା ପଡ଼ିଛି । ପ୍ରଶାସନର ଦାୟିତ୍ୱ ହୀନତା ହେତୁ ନଦୀରେ ଜଳ ବହି ଯାଉଥିଲେ ମଧ୍ୟ ଧାନ ଚାଷ ପାଇଁ ଆବଶ୍ୟକ ସମୟରେ ଚାଷୀଙ୍କୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉନଥିବାର ଅଭିଯୋଗ ହୋଇଛି । କେନାଲରେ ପାଣି ଯୋଗାଇବା ପରିବର୍ତେ ଜଳ ସଂପଦ ବିଭାଗ ତରଫରୁ ଅସମୟରେ ଜାରି ରହିଥିବା ମୁଖ୍ୟ କେନାଲ ପ୍ରକଳ୍ପ ନିର୍ମାଣ ପାଇଁ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି । ଜୁନ ମାସ ଯାଇ ଜୁଲାଇ ଧରିଲାଣି, ଜଳସଂପଦ ବିଭାଗ ତରଫରୁ କେନାଲରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ଯୋଗୁ ଏହି ଅଂଚଳରେ ଗଜା ମରୁଡ଼ି ଆଶଙ୍କା ଦେଖା ଦେଇଛି । ଉକ୍ତ ଅଂଚଳର ଚାଷୀ ଖରିଫ ଧାନ ଚାଷ କରି ବର୍ଷକର ଆହାର ସଂଗ୍ରହ କରିବା ନିମନ୍ତେ ଅଂଟା ଭିଡ଼ୁଥିବା ବେଳେ ଯାଜପୁର ଜଳସଂପଦ ବିଭାଗର ଚାଷୀ ମାରଣ ନିତି ଚାଷୀ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି । ଅବିଳମ୍ବେ ଜଳ ସଂପଦ ବିଭାଗ ପକ୍ଷରୁ ମୁଖ୍ୟ କେନାଲ ସହ ଶାଖା କେନାଲ ଗୁଡ଼ିକରେ ପାଣି ଛାଡ଼ିବା ନିମନ୍ତେ ଦୃଢ଼ ଦାବି ହୋଇଛି ।

Leave A Reply

Your email address will not be published.

one − 1 =