ଶୁଖୁଆଖଳା ଠାରେ ୟୁବିଏସ୍ଏସ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

କଟକ: କଟକ ଜିଲ୍ଲା ବାଙ୍କୀର ଶୁଖୁଆଖଳା ଠାରେ ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ୨୫୦ଜଣ ବ୍ୟକ୍ତିଙ୍କର ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଛି । ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ସ୍ୱୟଂସେବକମାନଙ୍କ ଦ୍ୱାରା ଶୁଖୁଆଖଳା ଠାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ସେବାକାର୍ଯ୍ୟରେ ସୁଶାନ୍ତ କୁମାର ପ୍ରଧାନ, ସରୋଜ କୁମାର ମିଶ୍ର, ରାକେଶ ରଣା, ଗଣେଶ ଭୋଇ, ବୁଲୁ ଭୋଇ, ଓମ୍ ପ୍ରକାଶ, ରାଉଳ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବା ବେଳେ ୨୫୦ଜଣ ରୋଗୀଙ୍କର ଚିକିତ୍ସା କରାଯାଇଥିଲା ।

Leave A Reply

Your email address will not be published.

one × 4 =