ଶୋଇଥିବା ବେେଳେ ନିଆଁ ଲାଗି : ୪ ଗୁରୁତର

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ଭିତରେ ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ଜଣ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତରଙ୍କ ମଧ୍ୟ ବଲଜିତ କୌର (୬୧), ତାଙ୍କର ବିଧବା ଝିଅ ମଞ୍ଜିତ କୌର (୩୬), ନାତୁଣୀ ଈସ୍ପିତ କୌର (୭), ମଝିଆଁ ପୁଅ ରାଜେନ୍ଦ୍ର (୩୨) ଅଛନ୍ତି । ଘଟଣାସ୍ଥଳରେ ପେଟ୍ରୋଲ ଗନ୍ଧ ହେଉଛି । କୋଠରି ଭିତରେ ପେଟ୍ରୋଲ ଡବା ପଡିଛି । ଘଟଣାଟି ଆଜି ସକାଳ ୪ଟାରେ ଘଟିଛି । ଆହତମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ମଣ୍ଡାଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ହରିଓମ ବିହାରରେ ରହୁଥିବା ସିଂହ ପରିବାରର ମୁଖ୍ୟ ଗୁରମିତ ସିଂହଙ୍କର ପୂର୍ବରୁ ମୃତୁ୍ୟ ଘଟିଛି । କିଛି ମାସ ତଳେ ସ୍ୱର୍ଗତ ଗୁରମିତ ସିଂହଙ୍କ ଝିଅ ମଞ୍ଜିତଙ୍କର ସ୍ୱାମୀଙ୍କ ଦେହାନ୍ତ ଯୋଗୁଁ ମଞ୍ଜିତ ଶାଶୂଘରୁ ଚାଲିଆସି ବ୍ରଜରାଜନଗରରେ ନିଜ ବାପଘରେ ରହୁଛନ୍ତିି । ତାଙ୍କ ସହିତ ଛୋଟ ଝିଅ ଇସ୍ପିତ ମଧ୍ୟ ରହୁଛି ।
ଗତକାଲି ଗୁରମିତ ସିଂହଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା । ପରିବାର ପକ୍ଷରୁ ଦରିଦ୍ର ନାରାୟଣ ସେବା କରାଯାଇଥିଲା । ରାତିରେ ଗୋଟିଏ କୋଠରିରେ ଥିବା ଡବଲ ବେଡ ପଲଙ୍କରେ ବଲଜିତ କୌର, ଝିଅ ମଞ୍ଜିତ ଓ ନାତୁଣୀ ଇସ୍ପିତ ଶୋଇଥିଲେ । ଅଳ୍ପଦୂରରେ ଥିବା ଅନ୍ୟ ଏକ ଖଟରେ ମଝିଆଁ ପୁଅ ରାଜେନ୍ଦ୍ର ସିଂହ ଶୋଇଥିଲେ । ଅନ୍ୟ ଏକ କୋଠରିରେ ସାନପୁଅ ରବୀନ୍ଦ୍ର ସିଂହ ଶୋଇଥିଲେ । ମଝିଆଁ ପୁ ରାଜେନ୍ଦ୍ର ସିଂହ ଶୋଇଥିବା ଖଟୈର ନିଆଁ ଲାଗି ନାହିଁ । ଖବର ପାଇ ବ୍ରଜରାଜନଗର ଆଇ.ଆଇ.ସି ନଳିତା ମୋଦୀ ଘଟଣାରସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି । ନିଆଁ କିଭଳି ଲାଗିଲା ଓ କିଏ ଲଗାଇଲା ଓ ପେଟ୍ରୋଲ କିଏ ଢାଳିଲା ଏହା ସ୍ପଷ୍ଟ ହୋଇପାରିନାହିଁ ।

Leave A Reply

Your email address will not be published.

7 + twenty =