ଶ୍ରମିକଙ୍କୁ ପ୍ରର୍ଯ୍ୟାପ୍ତ କାମ ଯୋଗାଇ ଦେବାକୁ ଦାବି

ବାରିପଦା: ପେସା ଗ୍ରାମସଭା ପକ୍ଷରୁ ମୟୂରଭ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି । ସେମାନଙ୍କର ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଜିଲ୍ଲାରେ ଶ୍ରମିକ ଭାବରେ କାମ କରି ଆସୁଥିବା ଏବଂ ବାହାରୁ ଫେରିଥିବା ଦାଦନ ଶ୍ରମୀକ ମାନଙ୍କୁ ଜିଲ୍ଲାରେ ପର୍ଯ୍ୟାପ୍ତ କାମ ଯୋଗାଇଦେବା, ଛାତ୍ରଛାତ୍ରୀ ମାଙ୍କ ପାଇଁ ଅନଲାଇନ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଆର୍ଥିକ ଅନଗ୍ରସରଙ୍କୁୁ ମୋବାଇଲ ସହାୟତା, ନାମମାତ୍ର ଚାଷୀ ମାନଙ୍କୁୁ ବିଭିନ୍ନ କୃଷି ସହାୟତା ଯୋଗାଇ ଦେବା, କୋଭିଡ-୧୯ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ପି.ପି.ଇ କିଟ ଯୋଗାଇଦେବା, ଜନସାଧାରଣ ଯାଉଥିବା ସରକାରୀ କାର୍ଯ୍ୟାଳୟକୁ ନିୟମିତ ସାନିଟାଇଜ କରିବା ଆଦି ଦାବୀ କରାଯାଇଥିବାର ଜଣାଯାଇଛି ।

Leave A Reply

Your email address will not be published.

5 × two =