ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ଶ୍ରମ କମିସନର୍ଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟରେ ୮୯ଟି ନିର୍ଦ୍ଧାରିତ କ୍ଷେତ୍ରରେ କାର୍ଯ୍ୟରତ ଅଣକୁଶଳୀ. ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତି କୁଶଳୀ ଆଦି ଚାରି ବର୍ଗରେ ଶ୍ରମିକଙ୍କ ଦୈନିକ ମଜୁରୀ ଅତିରିକ୍ତ ମହଙ୍ଗା ଭତା ବାବଦକୁ ୫ ଟଙ୍କା ୪୦ ପଇସା ବୃଦ୍ଧି ହୋଇଛି । ନୂଆ ମଜୁରୀ ହିସାବରେ ଅଣକୁଶଳୀ ଶ୍ରମିକ ଦିନକୁ ୩୦୩ ଟଙ୍କା ୪୦ ପଇସା, ଅର୍ଦ୍ଧ କୁଶଳୀ ଶ୍ରମିକ ୩୪୩ ଟଙ୍କା ୪୦ ପିଇସା, କୁଶଳୀ ଦିନକୁ ୩୯୩ଟଙ୍କା ୪୦ ପଇସା ଏବଂ କୁଶଳୀ ଶ୍ରମିକ ଦିନକୁ ୪୫୩ ଟଙ୍କା ୪୦ ପଇସା ପାଇବେ । ୨୦୨୦ ଏପ୍ରିଲ୍ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।