ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦୁଇଗୋଟି ଆଇଟିଡିଏ ଦୁଇଗୋଟି ଉପଜିଲ୍ଲାପାଳ, ଦୁଇଗୋଟି ଏନ୍.ଏସି, ଗୋଟିଏ ପୌର ପରିଷଦ କନ୍ଧମାଳ ଜିଲ୍ଲାରେ ୧୨ ଗୋଟି ବ୍ଲକ- ଯଥା – ଟିକାବାଲି, ଠିକାପାଦ୍ର, ଉଦୟଗିରି, ରାଇକିଆ, ଫୁଲବାଣୀ, ଫରିଙ୍ଗିଆ, ଖଜୁରୀପଡା, ନୂଆଗାଁ, ଦାରିଙ୍ଗିବାଡି, ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ ଏହି ବ୍ଲକକୁ ନେଇ ୧୭୧ ପଞ୍ଚାୟତ ରହିଛି । ଏଥି ମଧ୍ୟରେ ଅଧିକାଂଶ ଶ୍ରମିକ ଶ୍ରେଣୀର ଲୋକ ଥିଲେ ବୋଲି ଜିଲ୍ଲା ଶ୍ରମ ବିଭାଗ ପାଖରେ ଖୋଦ ଖବର ନାହିଁ । କାହିଁକି ଲେବର କାର୍ଡ ଦେବାରେ ଏଜେଂଟମାନେ କାମ କରିବାରେ କିଛି କର୍ତବ୍ୟରେ ପଛଘୁଞ୍ଚା ଦେବାକୁ ପଛେଇ ନାହାନ୍ତି । ଜିଳ୍ଲା ଶ୍ରମ ଅଧିକାରୀ କୌଣସି ପ୍ରକାର ତଦନ୍ତ କଲେ ନାହିଁ । ଯାଦ୍ୱାରା ଶ୍ରମ ବିଭାଗ ପକ୍ଷରୁ ପାଇଥିବା ଲେବର କାର୍ଡର ଷ୍ଟିଲ ବସ୍କ ଟଙ୍କା ମଧ୍ୟ ପାଇନାହାନ୍ତି । କିନ୍ତୁ ବର୍ତମାନ ଜଣାପଡେ ବଡବଡିଆ ଦୋକାନ ଲୋକଙ୍କ ନାମରେ ଲେବର କାର୍ଡ ରହିଛି । ସେମାନେ ଟଙ୍କା ପାଇଲେ କରୋନା ସଂକ୍ରମଣରେ ହେଲେ ପ୍ରକୃତରେ ନିରିଦୁ ଖଟିଖିଆ ବଞ୍ଚିତ ହେଲେ କାରଣ କ’ଣ କନ୍ଧମାଳ ଜିଳ୍ଲାର ଲେବର ଅଫିସର ଜଣେ ଏଏଲଓ ଅଫିସର କିନ୍ତୁ ସରକାରଙ୍କ କେଉଁ ଗାଇଡଲାଇନରେ ତାଙ୍କୁ ଡିଏଲଓ ଅଫିସରଭାବେ ଦାୟୀତ୍ୱ ପ୍ରଦାନ କରାଯାଇଛି । ଜିଲ୍ଲା ଶ୍ରମ ବିଭାଗ ପାଖରେ ହିସାବ ନାହିଁ କେତେ ଶ୍ରମିକ ବାହାର ରାଜ୍ୟକୁ ଶ୍ରମଦାନ କରିବାକୁ ଯାଇଥିଲେ । ଉକ୍ତ ପ୍ରବାଶି ଶ୍ରମିକମାନଙ୍କ କେଉଁ ପ୍ରକାର ତଦାରଖ ପ୍ରତି ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କ କେତେ ଦାୟାତ୍ୱ ଓ ଜିଳ୍ଲା ପ୍ରଶାସନ ଏବଂ ଦୁଇ ଗୋଟି ଆଇଟିଡିଏ, ପ୍ରତ୍ୟେକ ବ୍ଳକ ବିଡିଓମାନଙ୍କ ଓ ଡାକ୍ତରୀ ସେବା ନେଇ ସାଧାରଣରେ ଆଲୋଚନା ହେଉଛି ।