ଭୁବନେଶ୍ୱର,୬ ।୦୬(ନି.ପ୍ର.): କୋଭିଡ ସଂକ୍ରମଣ ପରିସ୍ଥିତିରେ ପ୍ରବାସୀ ଶ୍ରମିକ ନିର୍ମାଣ ଶ୍ରମିକ ଜଙ୍ଗଲ ଶ୍ରମିକ କୃଷି ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଦୋହାଡି ଶ୍ରମିକ, ଘରୋଇ କାର୍ଯ୍ୟ ନିଯୁକ୍ତି ଶ୍ରମିକ, ଅଟୋ ଓ ଟ୍ୟାକ୍ସି ଡ୍ରାଇଭର ଦୀର୍ଘ ୩ ମାସ ଧରି ରୋଜଗାର ହରାଇଛନ୍ତି । ସେ ସମସ୍ତଙ୍କୁ ପ୍ରଥମେ ୧୦ ହଜାର ଓ ଆଗାମୀ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମାସକୁ ୭୫୦୦ ଟଙ୍କା ଦେବା ଦରକାର ବୋଲି ପୂର୍ବତନ ସାଂସଦ ତଥା ରାଷ୍ଟି୍ରୟ ମଜଦୁର କଂଗ୍ରେସର ସଭାପତି ଡ.ରାମଚନ୍ଦ୍ର ଖୁଂଟିଆ କହିଛନ୍ତି । ଆମ ଦେଶରେ ୮କୋଟି ପ୍ରବାସୀ ଶ୍ରମିକ ଓ ଓଡିଶା ରାଜ୍ୟରୁ ଅଧିକ ୩୦ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରେ କାମ କରୁଛନ୍ତି । ପ୍ରାୟ ୧୨ ଲକ୍ଷ ଲୋକ ରାଜ୍ୟ ସରକାରଙ୍କ ପୋର୍ଟାଲରେ ରେଜେଷ୍ଟିଭୁକ୍ତ କରିଥିଲେ ହେଁ ଏକ ଚତୁର୍ଥାଂଶ ଲୋକ, ପର୍ଯ୍ୟନ୍ତ ରାଜ୍ୟ ସରକାର, ବିଭିନ୍ନ ଏନ.ଜି.ଓ ଓ କଂଗ୍ରେସ ଦଳ ତଥା ରାଷ୍ଟ୍ରୀୟ କଂଗ୍ରେସ ସହଯୋଗରେ ଓଡିଶା ଫେରି ପାରିଛନ୍ତି । ଘରକୁ ଫେରିବା ସମୟରେ ଟେନ, ବସ୍ ବା ଦୁର୍ଘଟଣାରେ ମୃତୁ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ୫୦ ଲକ୍ଷ ଟଙ୍କା ଦେବା ଦରକାର ଓ ସମସ୍ତ ପ୍ରବାସୀମାନଙ୍କୁ କାମ ଯୋଗେଇ ଦେବା ପାଇଁ ଦାବି କରିଛନ୍ତି ।
କୋଭିଡ ସଂକ୍ରମଣ ସମୟରେ କର୍ମଚାରୀମାନଙ୍କୁ ଛଟେଇ ନ କରିବା ଓ ସମସ୍ତ ଶ୍ରମିକମାନଙ୍କୁ ମଜୁରୀ ଦେବା ପାଇଁ କେନ୍ଦ୍ର ସରକାର ନିଦେ୍ର୍ଧଶ ଥିବାବେଳେ ଓଡିଶାରେ ଅଧିକାଂଶ ବେକାରୀ ସଂସ୍ଥା ମଜୁରୀ ନଦେବା ଓ ବିଶେଷ ଭାବେ ଡୁବୁରୀ ଶିଳ୍ପାଂଚଳରେ ନୀଳାଚଳ, ମେସ୍କୋ, ମେଥାନ ଓ ଉଷା କାରଖାନା ତଥା ବଡବିଲ କେନ୍ଦୁଝର ଅଂଚଳରେ ଅଧିକାଂଶ ଖରି କାର୍ଯ୍ୟ ଆରମ୍ଭ ନହେବାରୁ ହଜାର ହଜାର ଶ୍ରମିକ ରୋଜଗାର ବନ୍ଦ କାହିଁକି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରୀ ଉତର ଦେବା କଷ୍ଟସାଧ୍ୟ ।
କୋଭିଡ-୧୯ ସଂକ୍ରମଣ ପରିସ୍ଥିତିର ସୁଯୋଗ ନେଇ କେନ୍ଦ୍ର ସରକାର ୪ଟି ଲେବର କାର୍ଡ ଲାଗୁ କରିବା, ଉତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ ସମସ୍ତ ଶ୍ରମ ଆଇନକୁ ୧୦୦୦ ପର୍ଯ୍ୟନ୍ତ ସସ୍ପେଣ୍ଡ କରିବା, ଓଡିଶା ରାଜ୍ୟ ସରକାର ୩୦୦ ଶ୍ରମିକ କାର୍ଯ୍ୟ କରୁଥିବା କାରଖାନାର ମାଲିକମାନେ ସରକାରଙ୍କ ବିନା ଅନୁମତିରେ ତାଲାବନ୍ଦ ଓ ଛଟେଇ କରିବାକୁ ଅଧିକାର ଦେବା ଓ ଦୈନିିକ କାର୍ଯ୍ୟ ର୍ନିଘଂଟ ସମୟକୁ ୮ଘଂଟାରୁ ୧୨ ଘଂଟାକୁ ବୃଦ୍ଧି କରିବାକୁ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସହ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ବିରୋଧ କରୁଛନ୍ତି ଓ ପ୍ରତ୍ୟାହାର ନହେଲେ ଭବିଷ୍ୟତରେ ଆନେ୍ଦାଳନ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି । ଆଧାରକାର୍ଡ ଓ ରେସନ କାର୍ଡ ନଥିବା ବ୍ୟକ୍ତିମାନଙ୍କୁ ମାଗଣା ରାସନ କାର୍ଡ ଦେବାପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଷ୍ପତି ନେଇଥିଲେ ହେଁ ପ୍ରକୃତରେ ଏପର୍ଯ୍ୟନ୍ତ ରାସନ ମିଳିନାହିଁ ।
ଏଣୁ କାର୍ଡ ନଥିବା ସମସ୍ତ ପ୍ରବାସୀ ଲୋକଙ୍କୁ ମାର୍ଚ୍ଚ ମାସଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଯୋଗାଇଦେବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଦାବି କରାଯାଉଛି । ଏହି ସମ୍ମିଳନୀରେ ସଧାରଣ ସଂପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ଶ୍ରୀ ପ୍ରଶାନ୍ତ ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର, ଧରଣୀଧର ସ୍ୱାଇଁ, ସତ୍ୟବ୍ରତ ନାୟକ, ପ୍ରଣତି ମିଶ୍ର, ଅକ୍ଷର ତି୍ରପାଠୀ ଏବଂ ବୀଣାପାଣି ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।