ଶ୍ରାବଣ ମାସର ଜଳଲାଗି ଉପରେ ୧୪୪

ଯାଜପୁର: ପ୍ରତିବର୍ଷ ଶ୍ରାବଣ ମାସରେ କାଉଡିଆ ମାନେ ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି ପାଇଁ ବହୁଳ ମାତ୍ରାରେ ଭକ୍ତ ଯାଇଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଏହାକୁ ରାଜ୍ୟ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମଗ୍ର ଯାଜପୁର ଜିଲ୍ଲାରେ ବୋଲବମ ଯାତ୍ରା ନଦୀ ବା ଜଳାଶୟରୁ ପାଣିଲାଗି ଉଦେଶ୍ୟରେ ଜଳ ଉତୋଳନ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି । ଯାଜପୁର ଜିଲ୍ଳାରେ ସଂପୂର୍ଣ୍ଣ ଶ୍ରାବଣ ମାସ ଅର୍ଥାତ୍ ତା ୦୫.୦୭.୨୦୨୦ ରିଖ ଠାରୁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ନାରାୟଣ ଚନ୍ଦ୍ର ଧଳଙ୍କ ଦ୍ୱାରା ୧୪୪ ଧାରା ଲାଗୁ କରାଯାଇଅଛି । ମହାମାରୀ କରୋନା ପାଇଁ ସମଗ୍ର ବିଶ୍ୱ ଆତଙ୍କରେ ଥିବା ବେଳେ ଆମ ଦେଶ ରାଜ୍ୟ ଓ ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡିନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ମାର୍ଗଦର୍ଶିକା, ନିର୍ଦେଶ ଆଧାରରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଜୀବନର ସୁରକ୍ଷା ଓ ସାମାଜିକ ଦୂୂରତାର ଉଲ୍ଲଘଂନ ଆଶଙ୍କାରେ ଏହି କଟକଣା ଜାରି କରାଯାଇଛି । ଏହି ଶ୍ରାବଣ ମାସରେ କୌଣସି ନଦୀ ବା ଜଳାଶୟ ଘାଟରୁ କେହି ଜଳ ଲାଗି ଉଦେଶ୍ୟରେ ଜଳ ଉତୋଳନ କରିପାରିବେ ନାହିଁ ବା କୌଣସି ମନ୍ଦିରରେ ଜଲ ଲାଗି କରିପାରିବେ ନାହିଁ । ଏହାର ଉଲ୍ଲଘଂନ କ୍ଷେତ୍ରରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୮୮ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଧଳ ସତର୍କ କରାଇ ଦେଇଛନ୍ତି । ଜିଲ୍ଲାର ସମସ୍ତ ଅଧିକାରୀ ଏହି ନିଦେ୍ର୍ଧଶାନାମାକୁ ପାଳନ କରିବା ସହ ସରକାରୀ ମାର୍ଗଦର୍ଶିକାକୁ ମଧ୍ୟ ଅନୁପାଳନ କରିବାକୁ ଶ୍ରୀ ଧଳ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

six + nineteen =