ଶ୍ରୀମନ୍ଦିରରେ ମରାମତି ପାଇଁ ଖଣ୍ଡୋଲାଇଟ୍ ପଥର ଅଭାବ

ପୁରୀ : ଖଣ୍ଡୋଲାଇଟ୍ ପଥର ଅଭାବ ଯୋଗୁ ଶ୍ରୀମନ୍ଦିର ମରାମତ କାର୍ଯ୍ୟରେ ବିଳମ୍ବ ହେଉଛି । ତେଣୁ ଶୁବ୍‌ଶୀଘ୍ର ପଥର ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗ ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ । ଖଣ୍ଡୋଲାଇଟ ପଥର ମିଳୁନଥିବାରୁ ମରାମତି କାମ ଅଟକି ରହିଛି ବୋଲି ସେ କହିଛନ୍ତି ।
ଶ୍ରୀମନ୍ଦିରର ଭିତର ଓ ବାହାର ମରାମତି କାର୍ଯ୍ୟରେ ଖଣ୍ଡୋଲାଇଟ୍ ପଥର ବ୍ୟବହାର ହେଉଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ପଥରଖଣିରୁ ପଥର ଯୋଗାଇ ଦିଆଯାଇଥାଏ । କିନ୍ତୁ ଏବେ ସେହି ଖଣି ଓଏମ୍‌ସି ଅଧୀନକୁ ଚାଲି ଯାଇଛି । ଯାହାଫଳରେ ଶ୍ରୀମନ୍ଦିର ମରାମତି କାମ ପାଇଁ ବ୍ୟବହାର ହେଉଥିବା ପଥର ଅଭାବ ଦେଖାଦେଉଛି । ଯେଉଁଥିପାଇଁ ବାଇଶିପାହାଚ, ପାଟ ଅଗଣା, ରୋଷ ଶାଳା, ଆନନ୍ଦ ବଜାର, ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର ଆଦି ମରାମତି ହୋଇପାରୁନାହିଁ ।
ସେପଟେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କହିଛନ୍ତି, ଶ୍ରୀମନ୍ଦିରରେ ପଥର ଅଭାବ ଯୋଗୁ କାମ ହୋଇପାରୁନାହିଁ । ପଥର ଖଣି ମାଫିଆଙ୍କ କବଜାରେ ରହିଛି । ବାରମ୍ବାର ଏହାକୁ ନେଇ ଅଭିଯୋଗ କରାଯାଇଛି । କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଯଦି ପଥର ଆସିବ ନାହିଁ ତାହା ହେଲେ ଏଏସ୍‌ଆଇର ଟାଇମ୍ ବାଉଣ୍ଡ କାର୍ଯ୍ୟକ୍ରମ ହୋଇପାରୁନାହି ବୋଲି ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ।

Leave A Reply

Your email address will not be published.

4 × 4 =