ଶ୍ରୀମନ୍ଦିରର ୮ ଦ୍ୱାରରେ ରୂପା ଛାଉଣି

ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ୱାର ରୂପା ଛାଉଣି କରାଯିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଉତ୍କଳୀୟ କଳା ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ମହାତ୍ମ୍ୟର ଛାପ ଏହି ଦ୍ୱାରରେ ପ୍ରତିଫଳିତ ହେବ । ଏଥିପାଇଁ ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ଗ୍ରାମ ରଘୁରାଜପୁରର ବରିଷ୍ଠ ପଟ୍ଟଚିତ୍ର ଶିଳ୍ପୀଙ୍କ ସହ ପରାମର୍ଶ କରାଯାଇଛି । ରଥଯାତ୍ରା ଉପଲକ୍ଷେ ପ୍ରାଥମିକ ପର୍ଯ୍ୟାୟରେ କଳାହାଟ ଦ୍ୱାର, ବେହରଣ ଦ୍ୱାର ଓ ଜୟ ବିଜୟ ଦ୍ୱାରର କବାଟ କାଠରେ ନିର୍ମାଣ କରାଯାଇ ପରେ ଏହା ଉପରେ ରୂପା ଛାଉଣି କରାଯିବ । ଏଥିପାଇଁ ଦାତା ୨ ଟନ୍ ର ରୂପା ଦାନ ଦେବେ । ଏହିସବୁ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ଅନୁମତି ପାଇଁ ପତ୍ର ଲେଖିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାର ଗଣମାଧ୍ୟମକୁ କହିଛନ୍ତି । ଏହି କାର୍ଯ୍ୟ ପାଇଁ ଦୁଇଟି କମିଟି ଗଠନ କରାଯିବ । ଗୋଟିଏ ବୈଷୟିକ କମିଟି ଓ ଅନ୍ୟଟି ତଦାରଖ କମିଟି ଗଠନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

nineteen + nineteen =