ଶ୍ରୀ ଜୀଉଙ୍କ ନବଯୌବନ ଦର୍ଶନ

ପୁରୀ: ଦିର୍ଘ ୧୫ ଦିନ ଧରି ଅଣସରରେ ରହିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଆଜି ଅଣସର ପେଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । କରୋନା କଟକଣା ଏବଂ ଲକ୍ଡାଉନ୍ ଯୋଗୁଁ ଭକ୍ତ ମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ତେବେ ସିଂଘ ଦ୍ୱାରା ସମ୍ମୁଖରେ ଥିବା ପତିତପାବନକୁ ଭକ୍ତମାନେ ଦର୍ଶନ କରି ନବଯୌବନ ଦର୍ଶନର ସାନିର୍ଦ୍ଧ ଲାଭ କରିଛନ୍ତି । ଆସନ୍ତା ୩ଦିନ ଧରି ଶ୍ରୀ ଜୀଉମାନେ ନବଯୌବନ ଦର୍ଶନ ଦେବେ । ଆଜି ଶ୍ରୀଜୀଉମାନେ ନବଯୌବନ ଦର୍ଶନ ଦେଇଥିବା ବେଳେ ଅନ୍ୟପକ୍ଷରେ ଅଣସର ପଟିଦିଅଁ ଆଦି ଦକ୍ଷିଣ ଘରକୁ ବାହୁଡା ବିଜେ କରିଛନ୍ତି । ମହାପ୍ରଭୁଙ୍କ ନିକଟରେ ମଧ୍ୟ ଆଜି ମହାପ୍ରସାଦ ଲାଗି ହୋଇଛି । ପ୍ରକାଶ ଯୋଗ୍ୟ ଯେ, ଶ୍ରୀଜୀଉଙ୍କୁ ୪ଟି ସ୍ଥାନରେ ମହାପ୍ରସାଦ ଲାଗି ହୋଇଥାଏ । ରତ୍ନବେଦୀ, ଅଣସର ପିିଣ୍ଡି, ସ୍ନାନ ବେଦୀ ଓ ଆଡପ ମଣ୍ଡପରେ ମହାପ୍ରସାଦ ଲାଗି ହୋଇଥାଏ । ଆଜି ଅଣସର ପିଣ୍ଡିରେ ଥିବାବେଳେ ମହାପ୍ରଭୁଙ୍କ ଠାରେ ମହାପ୍ରସାଦ ଲାଗି ହୋଇଛି । ସୂଚନାଯୋଗ୍ୟ ଯେ, ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀ ଜୀଉମାନଙ୍କର ମହାସ୍ନାନ ଯାତ୍ରାପରେ ଅଣସର ଘରକୁ ବିଜେ କରିଥିଲେ । ଜ୍ୱରରେ ପଡିତ ମହାପ୍ରଭୁ ଅଣସର ଘରେ ଗୁପ୍ତ ନୀତି ପରେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଆଜି ନବଯୌବନ ଦର୍ଶନ ଦେଇଛନ୍ତି । ମହାପ୍ରଭୁ ସୁସ୍ଥ ହେବା ପରେ ଖଡି ଲାଗି ସହ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା । ବନକଲାଗି ପରେ ମହାପ୍ରଭୁ ନବଯୌବନ ପାପ୍ତି ହୋଇଛନ୍ତି । ଆଜି ପୂର୍ବାହ୍ନ ୮ଟାରୁ ମହାପ୍ରଭୁଙ୍କର ନବଯୌବନ ଦର୍ଶନ ଥିବା ବେଳେ ବିଳମ୍ବ ଯୋଗୁଁ ମଧ୍ୟାହ୍ନ ୧୨ଟାରେ ନବଯୌବନ ଦର୍ଶନ ଦେଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ତିନିଦିନ ଧରି ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେବେ । ଆସନ୍ତା ଆଷାଢ ଶୁକ୍ଲ ପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ରଥଯାତ୍ରା ଅନୁଷ୍ଠିତ ହେଉଛି । ତେବେ କରୋନା କଟକଣା ଯୋଗୁଁ ପୁରୀ ଶ୍ରୀକ୍ଷେତ୍ର ଭକ୍ତଶୂନ୍ୟ ହୋଇଛି ।

Leave A Reply

Your email address will not be published.

2 + 3 =