ବୋଡ଼େନ : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକର ରୋକାଲ ଗ୍ରାମପଞ୍ଚାୟତ ଠାରେ ୫ ଗୋଟି ଗ୍ରାମ ରୋକାଲ, ତରାପୁର ,ଜୟବାହାଳ,ଖିରମାଳ ଓ କମାଳମାଳର ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ପଞ୍ଚାୟତ ସଂଯୋଜକ ବଳମତ ଶବର ଓ ସହସଂଯୋଜକ ଜଗଦୀଶ ଗହିରଙ୍କ ସୂଚନା ଅନୁସାରେ ରୋକାଳ ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ ।ସେଠାରେ ରୀତି ନୀତି ଅନୁଯାୟୀ ପଞ୍ଚାୟତ ହାଇସ୍କୁଲର ପଣ୍ଡିତ ଶିକ୍ଷକ ନକୁଲ କୁମାର ନନ୍ଦ ଓ ବିଶିଷ୍ଟ ପାଲାଗାୟକ ଶିବ ପ୍ରସାଦ ଅଗସ୍ତିଁ ପୂଜାର୍ଚ୍ଚନା କରିବା ସହ ହୋମ ଯଜ୍ଞ କରିଥିଲେ । ତଦପରେ ମୁଖ୍ୟ ରାସ୍ତା ପାଖରେ ଥିବା ପ୍ରଭୁ ଭକ୍ତ ହନୁମାନଙ୍କ ମୂର୍ତ୍ତି ପାଖକୁ ଯାଇ ବିଧି ମୁତାବକ ପୂଜାପାଠ କରି ହନୁମାନ ଚାଳିଶା ଗାନ କରାଯାଇଥିଲା । ପ୍ରଭୁଙ୍କ ନାମ ସଙ୍କୀର୍ତ୍ତନରେ କିଛି ମୁହୂର୍ତ୍ତ ସେଠାକାର ପରିବେଶ ଆନନ୍ଦ ମୁଖରିତ ହୋଇ ପଡ଼ିଥିଲା । ଶ୍ରୀ ରାମ ଜନ୍ମ ଭୂମି ଅଯୋଧ୍ୟାରେ ପୁଜିତ ଅକ୍ଷତ କଳସ ତାରାପୁରର ରାମନାଥ ପଣ୍ଡା ଓ ତାଙ୍କ ସହଧର୍ମିଣୀ,ରୋକାକର ଅଭିଜିତ ଶବର ଓ ତାଙ୍କ ସହଧର୍ମିଣୀ,କମଳା ମାଲ ଗ୍ରାମର ଭିକାରୀ ପଟେଲ ଓ ତାଙ୍କ ସହଧର୍ମିଣୀ,ଖିରମାଲ ଗ୍ରାମର ଚୈତନ୍ୟ ଅଦା ଓ ତାଙ୍କ ସହଧର୍ମିଣୀ ଏବଂ ଜୟବାହାକ ଗ୍ରାମର ଗୌର ବାଗ ଓ ତାଙ୍କ ସହଧର୍ମିଣୀ ଙ୍କୁ ପୂଜକ ପଣ୍ଡିତ ନକୁଲ କୁମାର ନନ୍ଦ ହସ୍ତାନ୍ତର କରିଥିଲେ । ନିମନ୍ତ୍ରଣ ପତ୍ର,ପତାକା ଓ ଅଯୋଧ୍ୟା ମନ୍ଦିର ଫଟୋ ଗୁଡ଼ିକ ପ୍ରଭୁ ଭକ୍ତ ରୁଦ୍ର ଶବର ସମସ୍ତଙ୍କୁ ପ୍ରଦାନ କରିଥିଲେ । ସଂସ୍କାର ଓ ସଂସ୍କୃତି ସଂପନ୍ନ ତଥା ପ୍ରଭୁ ଶ୍ରୀରାମଙ୍କ ଭକ୍ତ ବିଶିଷ୍ଟ କଳାକାର ସୁରେନ୍ଦ୍ର ସା , ଗୁରୁଜୀ ଶୁଭ୍ରାଂଶୁ ଅଗସ୍ତି ,ତିଳୋତ୍ତମା ଷଡ଼ଙ୍ଗୀ ,ଗଜେନ୍ଦ୍ର ଅଦା,ମନାଧର ଶବର,ଚନ୍ଦ୍ର ସିଂ ମାଝୀ ,ଅବନୀ ରଂଜନ ଯୋଶୀ ,ଅରବିନ୍ଦ ପଣ୍ଡା,ଶ୍ୟାମ ସୁନ୍ଦର ଗହିର,ମନ ଫୁଲ ଗହିର,ମୋହନ ଶବର,ଆଲୋକ ଷଡ଼ଙ୍ଗୀ,ପରମେଷ୍ଟି ସଲମା,ଭିକାରୀ ମାଝୀ ,ହୃଦାନନ୍ଦ ପୋଡ଼ଙ୍କ ସମେତ ପଞ୍ଚାୟତର ଅନେକ ଲୋକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ । ପ୍ରତ୍ୟେକ ଘରେ ଜାନୁଆରୀ ୨୨ ତାରିଖ ଯାଏଁ କଳସ ପୂଜନ କରିବା ଏବଂ ଦୀପ ଜାଳି ରାମରାଜ୍ୟ ଗଠନରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଭୂମିକା ନିର୍ବାହ କରିବାର ସଂକଳ୍ପ କରିଥିଲେ । ଆଗାମୀ ଜାନୁୟାରି ୨୨ ତାରିଖ ଦିନ ହେବାକୁ ଥିବା ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ସ୍ୱରୂପ ଉକ୍ତ କଳସର ପୁଜିତ ଅକ୍ଷତ ଚାଉଳ ପୁଡିଆ ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ବଣ୍ଟନ କରାଯିବ। ସମସ୍ତ ଧର୍ମ ପରାୟଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ପ୍ରଭୁ ଶ୍ରୀରାମଙ୍କ ଜୟ ଜୟ ଧ୍ବନିରେ କିଛି ସମୟ ସେଠାକାର ପରିବେଶକୁ ସବୁଦିନ ପାଇଁ ପବିତ୍ର କରି ଦେଇଥିଲେ ।
 
			