ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ଵାରା ଓଡିଶାର ସମସ୍ତ ଶାଖା ଓ କାର୍ୟ୍ୟାଳୟ ଠାରେ ୮୮ତମ
ଉତ୍କଳ ଦିବସ ଏକସମୟରେ ପାଳିତ ହୋଇଯାଇଛି । ଦିବସର ପ୍ରାରମ୍ଭରେ ଭୁବନେଶ୍ୱରସ୍ଥିତ ସ୍ଥାନୀୟ ପ୍ରଧାନ କାର୍ୟ୍ୟାଳୟଠାରେ ଉତ୍କଳ ଦିବସ ଉପରେ ଆଧାରିତ ଏକ ବାଲୁକା ସ୍ତୂପ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ର ଶେଖର ଶର୍ମାଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହି ଶୁଭ ଅବସରରେ , ଭୁବନେଶ୍ୱର ପୁରୀ ବାଇପାସ ସ୍ଥିତ ପାଣ୍ଡରା ଛକ ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମ ଠାରେ ଥିବା ନିରାଶ୍ରିତ ଅନ୍ତେବାସୀ ମାନଙ୍କୁ ଚାଦର , ମାସିକ କିରାନା ସାମଗ୍ରୀ , ଷ୍ଟାଣ୍ଡ ଫ୍ୟାନ ସହିତ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଷ୍ଟେଟ ବ୍ୟାଙ୍କ ସହଯୋଗରେ ଟିମ କେୟାର ହସ୍ପିଟ।ଲ ଦ୍ଵାରା ସେହି ବୃଦ୍ଧାଶ୍ରମରେ ଏକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଅପରାହ୍ନରେ , ପବିତ୍ର ଉତ୍କଳ ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟଠାରେ ଆୟୋଜିତ ସଭାରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ନିଜ ବକ୍ତବ୍ୟରେ ଷ୍ଟେଟ ବ୍ୟାଙ୍କର ସମସ୍ତ ଗ୍ରାହକ ଓ ଓଡିଶାବାସୀଙ୍କୁ
ଉତ୍କଳ ଦିବସର ଶୁଭ କାମନା ଜଣାଇଥିଲେ ତଥା ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳକୁ ୨ ଟ୍ରିଲିୟାନ ବ୍ୟାପାର ସ୍ତରରେ ପହଞ୍ଚାଇଥିବା ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ଶର୍ମା ସମସ୍ତ ଷ୍ଟାଫ୍ ଓ ବ୍ୟାବସାୟିକ ଏକକ ମୁଖ୍ୟମାନଙ୍କୁ ଗ୍ରାହକ ସଂଯୋଗ ଓ ଉନ୍ନତ ଗ୍ରାହକ ସେବା ଉପରେ ସର୍ବୋପରି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ସଭା ଶେଷରେ କର୍ମଚାରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।