ସଂଗରୋଧ ଅର୍ଥରେ ପ୍ରବାସୀ ଏବେ ସ୍ୱାବଲମ୍ବୀ

ଫୁଲବାଣୀ: ୩ ବର୍ଷ ହେଲା ଦାଦନ ଖଟିବାକୁ ଯାଇ ଲ୍କଡାଉନ୍ ଘରକୁ ଫେରିଥିବା ଜଣେ ପ୍ରବାସୀ ଏବେ ସ୍ୱାବଲମନଶୀଳ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରେ ରବିବା ବାବଦରେ ପାଇଥିବା ୨ ହଜାର ଟଙ୍କା ପୁଞ୍ଜିକୁ ସଠିକ ମାର୍ଗରେ ବିନିଯୋଗ କରି ପରିବାର ପ୍ରତପୋଷଣ କରିବାକୁ ସେ ସକ୍ଷମ ହୋଇଛନ୍ତି । ଟିଏମ୍ସିରେ ରହି ଘରକୁ ଯିବ । ବେଳେ ସରକାରଙ୍କ ଘୋଷଣାମତେ ପାଇଥିବା ୨୦୦୦ ଟଙ୍କାରେ ନିଜ ଭାଗ୍ୟ ବଦଳାଇଛନ୍ତି ପନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଦୁର୍ଗମ ଇନ୍ଦ୍ରଗଡ଼ର ୩୫ ବର୍ଷୀୟ ଜିତେନ୍ଦ୍ର ଗୌଡ଼ । ଆନ୍ଧ୍ରପ୍ରଦେଶରେ ଏକ ଲୁହା କମ୍ଫାନିରେ ସେ କାମ କରୁଥିଲେ । ମାସକୁ ପ୍ରାୟ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ । ଏବେ ସେ କିନ୍ତୁ ଦିନକୁ ୫ ଶହରୁ ୮ ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପରିବାରର ୭ ପ୍ରାଣୀ କୁଟୁମ୍ବଙ୍କ ବଂଚାଉଛନ୍ତି । ଲକ୍ଡାଉନ୍ରେ ଜିତେନ୍ଦ୍ର କାମ କରୁଥିବା କମ୍ପାନୀଟି ବନ୍ଦ ହୋଇଯାଇଥିଲା । ଲକ୍ଡାଉନ୍ ଖୋଲିବ ପୁଣିଥରେ ସେ କାମରେ ଯୋଗଦେବା ଚିନ୍ତାରେ ଦୀର୍ଘ ଦେଢ଼ମାସ ପର୍ଯ୍ୟନ୍ତ ସେଠାରେ ରହିଥିଲେ । ଯାହା କିଛି ସଂଚେୟ କରି ରଖିଥିଲେ ସେଥିରେ ସେ ଚଳିବା ସହିତ ପରିବାରକୁ ଚଳାଉଥିଲେ । ଦେଢ଼ମାସ ପରେ ମଧ୍ୟ ସ୍ଥିତିରେ କିଛି ପରିର୍ବତନ ନହେବରୁ ସେ ବାଧ୍ୟହୋଇ ଭିଟାମାଟିକୁ ଫେରିବା ପାଇଁ ମନସ୍ଥ କରିଥିଲେ । ହେଲେ ହାତରେ ଟଙ୍କାଟିଏ ସେତେବେଳକୁ ନଥିଲା । ବାଧ୍ୟ ହୋଇ ସେ ଚାଲି ଚାଲି ଆରମ୍ଭ କରିଥିଲେ ଭିଟାମାଟି ଯାତ୍ରା । ଆନ୍ଧ୍ରପ୍ରଦେଶରୁ ଚାଲି ଚାଲି ୭ ଦିନ ପରେ ପହଂଚିଥିଲେ ବିଶାଖପାଟଣାରେ । ବିଶାଖପାଟଣାର ପହଂଚିବା ପରେ ଏକ ଟ୍ରକ୍ ଚାଳକ ସହାୟତାରେ ସେ ଗତ ମେ ୧୨ ତାରିଖରେ ବ୍ରହ୍ମପୁରରେ ପହଂଚିଥିଲେ । ସେଠାରୁ ସେ କନ୍ଧମାଳ ଜିଲ୍ଳା ପ୍ରଶାସନ ସହାୟତାରେ ଅନ୍ୟ ୨୮ ଜଣଙ୍କ ସହିତ ପହଂଚିଥିଲେ ଦାରିଙ୍ଗବାଡ଼ିରେ । ପ୍ରଶାସନର ନିଷ୍ପତି ପ୍ରକାରେ ଜିତେନ୍ଦ୍ରଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ବ୍ଳକ ପ୍ରଶାସନ ସହିତ ଜାଗୃତି ଅନୁଷ୍ଠାନ ଦ୍ୱାରା ପରିଚାଳିତ ଡ଼.ବି. ଆର ଆମ୍ବେଦକର ଟି.ଏମ୍.ସିରେ ରହୁଥିବା ବେଳେ ଜିତେନ୍ଦ୍ର ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲା । ଟିଏମ୍ସିରେ ଥିବା ବେଳେ ଗାଁରେ ଜନ୍ମ ହୋଇଥିଲା । ଏକ ପୁତ୍ର ସନ୍ତାନ । ଖବର ପାଇଥିଲେ ମଧ୍ୟ ହାତରେ ଟଙ୍କାଟିଏ ମଧ୍ୟ ନଥିବା ଯୋଗୁ ସେ ଆଉ ଘରକୁ ଯିବାକୁ ମନ କରିନଥିଲେ । ଟିଏମ୍ସିରେ ଥିବା ପ୍ରବାସୀଙ୍କ ପରାମର୍ଶ ପ୍ରକାର ଗତ ମେ ମାସ ୨୫ ତାରିଖରେ ସେ ପ୍ରଶାସନ ସହଯୋଗରେ ଫେରିଥିଲେ ନିଜ ଗ୍ରାମ ଇନ୍ଦ୍ରଗଡ଼କୁ ।ରୋଜଗାର ବନ୍ଦ ହୋଇଯାଇଥିବା ଯୋଗୁ ଗ୍ରାମରେ ପହଂଚିବା ପରେ ଚିନ୍ତା କରିଥିଲେ କିଛି ରୋଜଗାର କରିବାକୁ । କିନ୍ତୁ ଉକ୍ତ ଅପହଂଚ ଅଂଚଳରେ ରୋଜଗାରର କିଛି ବାଟନଥିଲା । ଘରେ ରହିବାର କିଛିଦିନ ପରେ ସଂକୃକ୍ତ ପଂଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ଦେଇଥିଲେ ସରକାରଙ୍କ ପ୍ରଦତ ୨୦୦୦ ଟଙ୍କା । ସେଥିରେ ବଦଳିଥିଲା ଜିତେନ୍ଦ୍ରଙ୍କ ଭାଗ୍ୟ । ଏହି ଅର୍ଥରେ ସେ ପାଉଁରୁଟି ଓ ବିସ୍କୁଟ୍ କିଣି ଆରମ୍ଭ କରିଥିଲେ ବ୍ୟବସାୟ । କନ୍ଧମାଳ ସୀମାନ୍ତ ଅଂଚଳ ସହିତ ଭଂଜନଗରର ବିଭିନ୍ନ ଅଂଚଳକୁ ସାଇକଲରେ ଯାଇ ବେପାର କରୁଛନ୍ତି । ସେ ଦିନକୁ ୫୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଉଥିବା କହିଛନ୍ତି ।

Leave A Reply

Your email address will not be published.

nine + sixteen =