କଟକ: ଏକ ନିର୍ଭୁଲ ଓ ସଠିକ ପଂଟୋ ଭୋଟର ତାଲିକା ପ୍ରସ୍ତୁତ କରିବା ଭାରତର ନିର୍ବାଚନ ଆୟୋଗଙ୍କ ଲକ୍ଷ୍ୟ । ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ଅତିରିକ୍ତ ଜ଼ିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି ଅନୁରୋଧ କରିଚ୍ଥନ୍ତି । କଟକ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ନଭେମ୍ୱର ୧୬ ତାରିଖ ଠାରୁ ଆରମ୍ଭ ହୋଇଚ୍ଥି । ଏଥିପାଇଁ ସମସ୍ତ ବୁଥ୍ ମାନଙ୍କର ଭୋଟର ତାଲିକା ପ୍ରକାଶିତ ହୋଇଚ୍ଥି । ଏହି ପ୍ରକ୍ରିୟାକୁ ନିର୍ଭୁଲ ଭାବେ ସଂପାଦନ ପାଇଁ ସୋମବାର ଏକ ଭିଡିଓ କନ୍ପଂରେନ୍ସ ମାଧ୍ୟମରେ ସମସ୍ତ ବି.ଡି.ଓ., ତହସିଲଦାର, ପୈାର ନିର୍ବାହୀ ଅଧିକାରୀ ଓ ବି.ଏଲ୍.ଓ., ସୁପରଭାଇଜରମାନଙ୍କୁ ଅବଗତ କରାଯାଇଥିଲା । ଏଥିରେ ଯୋଗଦେଇ ଶ୍ରୀ ମହାନ୍ତି ଭୋଟର ତାଲିକା ସଂଶୋଧନ ଏକ ଜାତୀୟ କାର୍ଯ୍ୟକ୍ରମ ବୋଲି କହିଥିଲେ । ଏଥିରେ କୈାଣସି ଅବହେଳା ବରଦାସ୍ତ କରାଯିବନାହିଁ ବୋଲି ସ୍ପଷ୍ଟ କରିବେଦା ସହ ଭୋଟରମାନଙ୍କୁ ସହଯୋଗ ପାଇଁ ପରାମର୍ଶ ଦେଇଥିଲେ । ଉପଜ଼ିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ବ୍ୟାପକ ସୂଚନା ଦେଇ ଚଳିତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ନଭେମ୍ୱ ୧୬ତାରିଖରୁ ଡିସେମ୍ୱର ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କହିଥିଲେ । ଏହି ସମୟ ମଧ୍ୟରେ ନାମ ଅନ୍ତର୍ଭୁକ୍ତ, ସଂଶୋଧନ ଇତ୍ୟାଦି ପାଇଁ ଆବେଦନ ଗ୍ରହଣ କରାଯିବ । ନଭେମ୍ୱର ୨୮ ଓ ୨୯ ଏବଂ ଡିସେମ୍ୱ ୫ ଓ ୬ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରାଯାଇଚ୍ଥି । ଏହିଦିନ ବୁଥ୍ ମାନଙ୍କରେ ବି.ଏଲ୍.ଓ. ମାନଙ୍କୁ ଆବେଦନ ପତ୍ର ପ୍ରଦାନ କରାଯାଇପାରିବ । ଏଥିରେ ଦାୟିତ୍ୱରେ ଥିବା ପ୍ରତ୍ୟେକ ସୁପରଭାଇଜର, ଏ.ଇ.ଆର.ଓ. ମାନେ ଉପସ୍ଥିତ ରହି ସହଯୋଗ କରିବେ ବୋଲି ଶ୍ରୀ ଧଳ ପରାମର୍ଶ ଦେଇଥିଲେ । ୨୦୨୧ଜାନୁୟାରୀ ୫ତାରିଖ ସୁଦ୍ଧା ଆବେଦନ ପତ୍ର ଗୁଡିକର ଯାଂଚ ଓ ବିଚାର କରାଯାଇ ଜାନୁୟାରୀ ୧୫ତାରିଖ ସୁଦ୍ଧା ଭୋଟର ତାଲିକାର ଚୁଡାନ୍ତ ପ୍ରକାଶନ କରାଯିବ ବୋଲି ସେ କହିଥିଲେ । ସଂପୃକ୍ତ ଅଂଚଳର ସାଂସଦ, ବିଧାୟକ, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ମାନଙ୍କର ନାମ ଅନ୍ତର୍ଭୁକ୍ତକୁ ହୋଇଥିବା ସୁନିଶ୍ଚିତ କରିବାକୁ ଶ୍ରୀ ଧଳ ପରାମର୍ଶ ଦେଇଥିଲେ । ବର୍ତମାନ ଭୋଟର ତାଲିକାରେ ୧୫୯୨୫ ଭୋଟରଙ୍କର ଫଟୋ ଲାଗିନାହିଁ । ତେଣୁ ସଂପୃକ୍ତ ବି.ଏଲ୍.ଓ. ମାନେ ସେହି ଭୋଟର ମାନଙ୍କ ଠାରୁ ଫଟୋ ସଂଗ୍ରହ କରି ଦେଲେ ଏକ ପୂର୍ଣ୍ଣାଙ୍ଗ ଫଟୋ ଭୋଟର ତାଲିକା ସମ୍ଭବ ହୋଇପାରିବ । ସେହିପରି ଯେଉଁଠାରେ ଜଣେ ଭୋଟରଙ୍କର ଦୋହରା ନାମ ବା ଦୋହରା ଇପିକ ନମ୍ୱର ରହିଚ୍ଥି ତାହାକୁ ମଧ୍ୟ ବାଦ ଦେବାକୁ ପରାମର୍ଶ ଦେଇଥିଲେ । ଅପର ପକ୍ଷରେ ଭିନ୍ନକ୍ଷମ ଭୋଟର ମାନଙ୍କୁ ପଂ୍ଳାଗମାର୍କ କରି ସଂଶୋଧନ କାର୍ଯ୍ୟ କରିବାକୁ ଶ୍ରୀ ଧଳ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ନିର୍ବାଚନ ପରିଚାଳନା କର୍ମଚାରୀ ପଦ୍ମନାଭ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।