ସକ୍ଷମ ପଞ୍ଚାୟତ ଓ ଵିକଶିତ ଭାରତ(ଜିରାମଜି) ସମ୍ପର୍କିତ ସ୍ୱତନ୍ତ୍ର ଗ୍ରାମସଭା

ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ଗ୍ରାମପଞ୍ଚାୟତ ଠାରେ ଆଜି ସକ୍ଷମ ପଞ୍ଚାୟତ ଓ ବିକଶିତ ଭାରତ (ଜିରାମଜି) ସମ୍ପର୍କିତ ଏକ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ରଜିଆ ସରପଞ୍ଚ ସନ୍ତୋଷ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସକ୍ଷମ ପଞ୍ଚାୟତ ଓ ବିକଶିତ ଭାରତ ଗ୍ରାମସଭାରେ ବିଡ଼ିଓ ସ୍ମୃତି ରଞ୍ଜନ ସାହୁ,ସିପି ରାମଚନ୍ଦ୍ର ମାରାଣ୍ଡି,ଏପିଓ ସଙ୍ଗୀତା ମାଝୀ,ଏଡିଇଓ ଯୁଗୋଳ ପାତ୍ର ଏବଂ ବିଭିନ୍ନ ଲାଇନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପେସା ଆଇନ୍ ବଳରେ ଆଦିବାସୀ ଅଞ୍ଚଳର ଲୋକମାନଙ୍କର ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଏକ ନୂତନ ଆଇନ ପେସା ବା ପଞ୍ଚାୟତ ସମ୍ପ୍ରସାରଣ ଆଇନ କୁହାଯାଏ ।ଏହି ବିକଶିତ ଗ୍ରାମପଞ୍ଚାୟତ ଯୋଜନା ଜରିଆରେ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢିକରଣ, ଅନୁନ୍ନତ ଜନଜାତି ବସବାସ କରୁଥିବା ଅଞ୍ଚଳକୁ ସଡ଼କ ନିର୍ମାଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ଉନ୍ନତି କରଣ,କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ପଞ୍ଚାୟତର ମୈ|ଳିକ ଭିତ୍ତିଭୂମିର ବିକାଶ ପ୍ରକ୍ରିୟା ସମୂହର ଚୟନ ପାଇଁ ଏହି ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି ବୋଲି ସରପଞ୍ଚ ସନ୍ତୋଷ ନାଏକ ପ୍ରକାଶ କରିଥିଲେ । ସେହିପରି ପୂର୍ବରୁ ଥିବା ମନରେଗା ଯୋଜନାର ନାମ ବଦଳାଇ ଏହି ଯୋଜନାକୁ ବିକଶିତ ଭାରତ ଏବଂ ଆଜୀଵିକା ନାଁ ରେ ନାମିତ କରିଛନ୍ତି କେନ୍ଦ୍ର ସରକାର । ଶ୍ରମିକମାନଙ୍କୁ ନିୟମିତ ରୋଜଗାର ଗ୍ୟାରେଣ୍ଟି ୧୦୦ ରୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ପରିବାରର ଅଣକୁଶଳୀ ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ତାହା ସହ ଶ୍ରମିକମାନଙ୍କର କାମ ସରିବାର ଏକ ସପ୍ତାହ କିମ୍ବା ୧୫ ଦିନ ଭିତରେ ମଜୁରୀ ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି । ଯଦି ଶ୍ରମିକମାନଙ୍କୁ ସମୟସୀମା ଭିତରେ ମଜୁରୀ ଦିଆନଯାଏ ତାହେଲେ ସଂପୃକ୍ତ ଶ୍ରମିକମାନଙ୍କୁ ସୁଧ ସହ ପାଉଣା ମିଳିବ। ଏହାବ୍ୟତୀତ ବେକାରୀ ଭତ୍ତା ଦିଆଯିବା ନେଇ ପ୍ରସ୍ତାବ ରହିଛି ।ଏ‌ହି ଯୋଜନାକୁ ୪ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା -ଜଳ ସୁରକ୍ଷା,ଗ୍ରାମୀଣ ଭିତ୍ତିଭୂମି,ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପୁନଃ ନିର୍ମାଣ । ଏହି ଯୋଜନାର ସ୍ଵଚ୍ଛତା ବଜାୟ ରଖିବା ପାଇଁ ଵାୟୋମେଟ୍ରିକ ଓ ଜିଓଟାଗିଂ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବିଡ଼ିଓ ଶ୍ରୀ ସାହୁ ସୂଚନା ଦେଇଥିଲେ ।ଏହି ନୂତନ ଯୋଜନା ଚମ୍ପୁଆ ବ୍ଲକର ସମସ୍ତ ୨୨ ଗୋଟି ପଞ୍ଚାୟତରେ ଗ୍ରାମସଭା ମାଧ୍ୟମରେ ଅନୁଷ୍ଠିତ ହୋଇ ସମସ୍ତଙ୍କୁ ସଚେତନ କରାଯାଇଛି  । ପ୍ରତି ଗ୍ରାମସଭାରେ ଉପସ୍ଥିତ ଥିବା ଗ୍ରାମବାସୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ନୂତନ ଯୁଗାନ୍ତକାରୀ ଆଇନକୁ ଭୂୟସୀ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

three × three =