ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ଭଙ୍ଗାରୁଜା


ଚମ୍ପୁଆ: ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ କରୁୁଛନ୍ତି ଦାଦଗିରି । କାହା କଥା ଶୁଣିବାକୁ ନାରାଜ । ଏପରିକିି ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛଉ ନାହାନ୍ତି । କେବଳ ସେତିକି ନୁହେଁ, ସଙ୍ଗରୋଧ କେନ୍ଦ୍ରରେ ଥିବା ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଧମକ ଚମକ ଦେବା ଭଳି ଘଟଣା ଘଟିଛି ଚମ୍ପୁଆ ବ୍ଲକର କରିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରେ । ଏନେଇ ସରପଞ୍ଚ ସୁଦର୍ଶନ ମୁଣ୍ଡା ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତ । ସଚନା ମୁତାବକ, ଗତ ମାସ ୨୫ ତାରିଖରେ ଗୁଳୁଦିପସି ଗ୍ରାମର ଜ୍ୟୋତି ସୁନ୍ଦର ମାହାନ୍ତ ଗାଁକୁ ଫେରିଥିଲେ । କୋଭିଡ-୧୯ ନିୟମାବଳୀ ଅନୁଯାୟୀ, ତାଙ୍କୁ କରିଆ ଉଚ୍ଚ ସରକାରୀ ବାଳିକା ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ଆଜି ତାଙ୍କର ୧୪ ଦିନିଆ କ୍ୱାରେନଟାଇନ ଶେଷ ହେବା ପରେ ତାଙ୍କୁ ଛାଡି ଦାଆଯିବାର ବ୍ୟବସ୍ଥା ଗ୍ରହଣ କରାଯାଉଥିଲା । ସେହି ସମୟରେ ଜ୍ୟୋତି ସୁନ୍ଦର ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ଆନୁସାଙ୍ଗିକ ଜିନିଷପତ୍ର ଯଥା, ବାଲ୍ଟି ମଗ୍ ସମେତ ଇଲେକ୍ଟୋ୍ରନିକ୍ସ ସାମଗୀ୍ର ନେଇ ପଳାଉଥିଲେ । ଏନେଇ ସରପଞ୍ଚ ସୁଦର୍ଶନ ମୁଣ୍ଡା ଜିନିଷପତ୍ର ନ ନେବାକୁ ବାରଣ କରିଥିଲେ । ଫଳରେ ଜ୍ୟୋତି ସୁନ୍ଦର ଉତ୍ୟକ୍ତ ହୋଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ ଏବଂ ଜିନିଷପତ୍ର ସବୁ ଭଙ୍ଗାରୁଜା କରିଥିଲେ । ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଧମକଚମକ ଦେଇଥିଲେ । କେବଳ ସେତିକି ନୁହେଁ ଚିକିତ୍ସା ଦାୟୀତ୍ୱରେ ଯାଇଥିବା ହାକ୍ତରୀ ଟିମ ମଧ୍ୟ ତାଙ୍କ ଆକ୍ରୋଶରୁ ବାଦ ପଡିନଥିଲେ । ଏହା ପରେ ସରପଞ୍ଚ ଶ୍ରୀ ମୁଣ୍ଡା ସେ ରହୁଥିବା ରୁମକୁ ଯାଇ ଦେଖିବାରୁ ସେଠାରେ ବେଡ, ପଙ୍ଖା ଓ ଜିନିଷ ପତ୍ର ଭଙ୍ଗାରୁଜା ହୋଇ ପଡିଥିବାର ଦେଖିବାକୁ ପାଇଥିଲେ । ଭଙ୍ଗାରୁଜା କରାଯାଇଥିବା ଜିନିଷପତ୍ରର ଅର୍ଥ ତାଙ୍କ ନିକଟରୁ ଆଦାୟ କରାଯିବ ବୋଲି ସୁଚନା ମିଳିଛି । ଉଲ୍ଲେଖ ଯୋଗ୍ୟ ଯେ, ଉକ୍ତ ସଙ୍ଗରୋଧ କେନ୍ଦ୍ରରେ କିଛି ଅନ୍ତେବାସୀ ବଦମାସୀ କରୁଥିବାର ସୁଚନା ପାଇ ନିଜେ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ତହସିଲଦାର ଆଲୋକ କୁମାର ପଟେଲ, ବିଡିଓ ନୁପୁର ଚାନ୍ଦଗୋଟିଆ ସେଠାକୁ ଯାଇ ଅନ୍ତେବାସୀଙ୍କୁ ବୁଝାସୁଝା କରିଆସିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଶ୍ରୀ ମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

fourteen + five =