ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା : ଅନ୍ତେବାସୀ ଥାନାର ଦ୍ୱାରସ୍ଥ

ରାୟଗଡା: ରାୟଗଡା ସହର ସ୍ଥିତ ଜିସିଡି ହାଇସ୍କୁଲଠାରେ ପରିଚାଳନା ହେଉଥିବା ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମୌଳିକ ସୁବିଧା ମିଳୁନଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ୩୦ ଜଣ ଅନ୍ତେବାସୀ । ସମସ୍ତ ଅନ୍ତେବାସୀ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକର ବାସିନ୍ଦା ବୋଲି ଜଣାପଡିଛି । ଓଡିଶା – ଆନ୍ଧ୍ର ସୀମାନ୍ତ କେରେଡାଠାରେ ଏମାନଙ୍କ ନାମ ପଂଜିକୃତ କରାଯାଇ ଜିସିଡି ହାଇସ୍କୁଲ ସଙ୍ଗରୋଧ କେନ୍ଦରେ ରଖାଯାଇଥିଲା । ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କୁ ରହିବାର କୌଣସି ସଠିକ ବ୍ୟବସ୍ଥା କରାଯାଇନଥିବା ଏବଂ ଗୋଟିଏ ଖାଦ୍ୟକୁ ୪ ଜଣଙ୍କୁ ବାଂଟି କରି ଖାଉଥିବା ନେଇ ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ ତରଫରୁ ନିଜ ଅଂଚଳକୁ ଯିବାପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଉନଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଏହି ଅନ୍ତେବାସୀମାନେ । ଫଳରେ ବାଧ୍ୟ ହୋଇ ଚାଲି ଚାଲି ନିଜ ନିଜ ଅଂଚଳକୁ ଯିବାପାଇଁ ବାହାରି ପଡିଥିଲେ ଅନ୍ତେବାସୀମାନେ । ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ରାୟଗଡା ଥାନାରେ ଅଭିଯୋଗ କରିବା ପାଇଁ ମଧ୍ୟ ଯାଇଥିଲେ ଅନ୍ତେବାସୀମାନେ । ତେବେ ଥାନାରେ କେହି ନଥିବା କହି ଅନ୍ତେବାସୀ ମାନଙ୍କୁ ବାହାର ଅଟକାଇ ରଖିଥିଲେ ପୋଲିସ କର୍ମଚାରୀମାନେ । ଘଟଣା ସଂପର୍କରେ ରାୟଗଡା ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଅବଗତ ହେବା ପରେ ବାହାର ଜିଲ୍ଲାର ଶ୍ରମିକ ମାନେ ସ୍ୱତନ୍ତ୍ର ଗାଡି ଯୋଗ ପଠାଇବାର ବ୍ୟବସ୍ଥା କରାଯାଇଛି । ଗତକାଲି ୨୦୦ଜଣ ବରଗଡର ଶ୍ରମିକମାନଙ୍କୁ ପଠା ଯାଇଥିବା ବେଳେ ଆଜି ମଧ୍ୟ ଶ୍ରମିକମାନଙ୍କୁ ପଠାଇବାର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଥିବା ନେଇ ସୂଚନା ଦେଇଥିଲେ ।

Leave A Reply

Your email address will not be published.

20 + 2 =