ବାରିପଦା,୮ ।୦୬(ନି.ପ୍ର.): ଦୀର୍ଘ ଅଢେଇ ମାସ ଧରି ଲକଡାଉନ ଯୋଗୁ ୩ଲକ୍ଷରୁ ଉଦ୍ଧ୍ୱର୍ ସବାଇ ଘାସ ଚାଷୀ ଓ ବୁଣାଳି ଜୀବିକା ହରାଇଥିବା ବେଳେ ପ୍ରାୟ ୩ଶହ କୋଟି ଟଙ୍କାର ବ୍ୟବସାୟ ଠପ୍ ହୋଇଯାଇଛି । ସାଧାରଣତ ସବାଇ ଘାସରେ ସିଲିକନ ଡାଇଅକ୍ସାଇଡ ଥିବାରୁ ଏଥିରୁ ପ୍ରସ୍ତୁତି ଦଉଡି ଅଧିକ ଟାଣ ଓ ସ୍ଥାୟୀ ହୋଇଥିବାରୁ ଖଟ, ସୋଫା, ଡୋରମ୍ୟାଟ, ଚେୟାର, କାରମ୍ୟାଟ, ସ୍କି୍ରନ, ଫୁଲକୂଣ୍ଡ, ଫଳ ବାସ୍କେଟ, ଗାଲିଚା, ଟି’ପୟ, ପେନ ଷ୍ଟାଣ୍ଡ ଆଦି ବିଭିନ୍ନ ସୈାଖିନ ସାମଗ୍ରୀରେ ବ୍ୟବହୃତ ହେବା ସାଙ୍ଗକୁ କାଗଜ କଳ ପାଇଁ ଆବଶ୍ୟକ ହୋଇଥାଏ । ଆଉ ବିଭିନ୍ନ ରାଜ୍ୟକୁ ବିପୁଳ ପରିମାଣରେ ସବାଇ ଦଉଡି ରପ୍ତାନୀ ପାଇଁ ମୟୁରଭଞ୍ଜ ଜିଲ୍ଲାର ରହିଛି ସ୍ୱତନ୍ତ୍ର ପରିଚୟ । ତେବେ କରୋନା କଟକଣା ଯୋଗୁଁ ବ୍ୟବସାୟ ମାନ୍ଦା ଏହା ଉପରେ ନିର୍ଭରଶୀଳ ପରିବାର ଦୁର୍ଦ୍ଧଶା ଭିତରକୁ ଠେଲି ହୋଇଯାଇଛନ୍ତି । ସେହିପରି ସରକାର ଏହି ଘାଷ ଚାଷକୁ କୃଷିର ମାନ୍ୟତା ଦେଇନଥିବାରୁ ଜଳସେଚନ ଆଦି ସୁବିଧା ଅଭାବରେ ଚାଷୀହଇରାଣ ହେଉଛନ୍ତି । ସବାଇ ଘାସ ଉଚ୍ଚ ଜମି ବା ଡାହିରେ ଭଲ ବଢିଥାଏ । ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଓ ବାରିପଦା ଉପଖଣ୍ଡର ବିଭିନ୍ନ ଅଂଚଳରେ ପ୍ରାୟ ୨୩ହଜାର ହେକ୍ଟର ବା ପ୍ରାୟ ୬୦ହଜାର ହେକ୍ଟର ଜମିରେ ଏହି ଘାସ ଚାଷ ହୁଏ । ଗଛ ୧୦/୧୨ ବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଏ । ୧ଏକର ଜମିରୁ ବର୍ଷକୁ ୧୦ କୁଇଂଟାଲରୁ ୧୫/୨୦ କୁଇଂଟାଲ ପର୍ଯ୍ୟନ୍ଦ ଘାସ ଉତ୍ପାଦିତ ହୋଇଥାଏ । ତେବେ ପ୍ରତି ବର୍ଷ ସବୁ ଜମିରୁ ଅମଳ ହୋଇନଥାଏ । ଆଦିବାସି ସମେତ ସାଧାରଣ ବର୍ଗର ବହୁ ପରିବାର, ବିସେଷ ଭାବେ ଗରିବ ଶ୍ରେଣୀର ଲୋକ ଏହି ଘାସ ଚାଷ କରନ୍ତି । ଦଉଡି ପ୍ରସ୍ତୁତି କରୁଥିବା ଲୋକମାନେ ହାଟମାନଙ୍କରୁ ଏହିି ଘାସ କିଣିଥାନ୍ତି । ୧୦କିଲୋ ଓଜନର ଘାସ ବିଡା ୧୭୦ ରୁ ୧୮୦ ଟଙ୍କାରେ ବିକି୍ର ହେଉଛି । ଦଉଡି ବଳୁଥିବା ଲୋକ ପ୍ରାୟ ଅସ୍ୱଛଳ ବର୍ଗର । ଛୋଟ ବ୍ୟବସାୟୀମାନେ ଦଉଡି ପ୍ରସ୍ତୁତୀ କାରିଙ୍କୁ କିଲୋ ପିଛା ୪୦ଟଙ୍କା ବା ସେହି ପରିମାଣର ସବାଇଘାଷ ଦେଇ ଦଉଡି କିଣନ୍ତି । ବଡ ବ୍ୟବସାୟୀମାନେ ଛୋଟ ବ୍ୟବସାୟୀ ମାନଙ୍କଠାରୁ ୪୫ରୁ ୫୦ ଟଙ୍କାରେ କରୁଥବାବେଳେ ବାହାର ରାଜ୍ୟରେ ଏହା ୬୦ରୁ ଉଦ୍ଧ୍ୱର୍ ଟଙ୍କାରେ ବିକି୍ର ହୋଇଥାଏ । ପ୍ରତିଦିନ ଜିଲ୍ଲାରୁ ପ୍ରାୟ ୭/୮ ବଡ କଂଟେନର ବା ଟ୍ରକରେ ସବାଇ ଦଉଡି ରପ୍ତାନୀ ହୋଇଥାଏ । ପ୍ରତି କଂଟେନରରେ ହାରାହାରି ୧୦ ଟନ୍ ହିସାବରେ ମାସକୁ ପ୍ରାୟ ୨୫୦ ଟନ୍ ବା ବର୍ଷକୁ ପ୍ରାୟ ୩୦ହଜାରରୁ ଉର୍ଦ୍ଧ ଟନ୍ ଦଉଡି ଝାଡଖଣ୍ଡ, ପଞ୍ଜାବ, ରାଜସ୍ତାନ ଆଦି ରାଜ୍ୟକୁ ରପ୍ତାନୀ ହୋଇଥାଏ । ଏହାଛଡା ଜିଲ୍ଲା ଓ ରାଜ୍ୟର ଜିଲ୍ଲାମାନଙ୍କର ବଜାରକୁ ବି ଦଉଡି ପଠାଯାଏ ।ତେଣୁ ପ୍ରାୟ ୩୫ହଜାର ଟନ୍ରୁ ଅଧିକ ଦଉଡିିର କାରବାର ହୋଇଥାଏ । ଏବେ ଚାଷୀ ଓ ସାମଗ୍ରୀ ପ୍ରସ୍ତୁତକାରୀ ଚିନ୍ତାରେ ।