ସବୁ ଷ୍ଟେସନରେ ମାଟି ସରାରେ ଚା ପ୍ରଦାନ ପାଇଁ ଦାବୀ


ଭୁବନେଶ୍ୱର: ମେକ୍ ଇନ୍ ଇଣ୍ଡିଆ ଆନେ୍ଦାଳନକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଚାରିଶହ ରେଳଷ୍ଟେସନରେ ଯାତ୍ରୀଙ୍କୁ ମାଟି ସରାରେ ଚା ପରଷିବା ଆରମ୍ଭ କରାଯାଇଛି । ଏହା ଫଳରେ ଗ୍ରାମାଂଚଳର ଲୋକଙ୍କ ହାତକୁ ଅଧିକ କାମ ଆସିବ ଓ ରୋଜଗାର ସୃଷ୍ଟି ହେବ ବୋଲି ରେଳମନ୍ତ୍ରୀ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ଏଠାରେ ଉଲ୍ଲେଖଥାଉକି, ୧୦ବର୍ଷ ତଳେ ଯେତେବେଳେ ମାନ୍ୟବର ଲାଲୁପ୍ରସାଦ ଯାଦବ ଭାରତର ଳେଳମନ୍ତ୍ରୀ ଥିଲେ ସେହି ସମୟରେ ପ୍ରଥମଥର ପାଇଁ ମାଟିସରାରେ ରେଳଯାତ୍ରୀମାନଙ୍କୁ ଚା ଦେବା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯାହାହେଉ ଏହି କାର୍ଯ୍ୟକ୍ରମର ପୁନଃ ପ୍ରଚଳନ ନିଶ୍ଚିତ ଭାବରେ ଗ୍ରାମାଂଚଳ ଲୋକଙ୍କ ପାଇଁ ରୋଜଗାରର ବାଟ ଖୋଲିବ । ଏହା ସହିତ କେବଳ ୪୦୦ ଷ୍ଟେସନ ନୁହେଁ, ଭାରତବର୍ଷର ସମସ୍ତ ରେଳଷ୍ଟେସନରେ ପରିବେଶ ଅନୁକୂଳ, ମାଟିସରାରେ ରେଳଯାତ୍ରୀମାନଙ୍କୁ ଚା ଦେବା ପାଇଁ ରେଳ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ରେଳମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ପୂର୍ବତଟ ରେଳବାଇ ଜୋନ୍ର ମହାପ୍ରବନ୍ଧକଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇ ଦାବୀ କରାଯାଇଛି । ଏହା ସହିତ ପାର୍ଟି ପକ୍ଷରୁ ଆହୁରି ଦର୍ଶାଯାଇଛି ଯେ, ରେଳଯାତ୍ରୀମାନଙ୍କୁ ସକାଳର ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ଶାଳପତ୍ର ଥାଳିରେ ପରଷା ଯାଉ । ଏହା ଫଳରେ ଦେଶର ଆଦିବାସୀମାନଙ୍କ ରୋଜଗାର ବଢିବ, ବିଶେଷତଃ ଆଦିବାସୀ ମହିଳାମାନେ ଏହାଦ୍ୱାରା ଉପକୃତ ହୋଇପାରିବେ । ସେହିଭଳି ଥଣ୍ଡାପାନୀୟ ଭାବରେ ରେଳଯାତ୍ରୀମାନଙ୍କୁ ଦହି, ଲସି, ଅମୁଲ କୁଲ୍ ଓ ଓମ୍ଫେଡ଼ ମିଠା କ୍ଷୀର, ମିଠା ଦହି ପରଷାଗଲେ ଗ୍ରାମାଂଚଳର ରୋଜଗାର ବଢିବାରେ ଏହା ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ନାରୀନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ପୂର୍ବତଟ ରେଳଜୋନ୍ର ମହା ପ୍ରବନ୍ଧକଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳଙ୍କ ଠାରୁ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ସ୍ମାରକ ପତ୍ରଟି ଗ୍ରହଣ କରି ଦାବୀଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଏହାକୁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀଯୁକ୍ତ ପିୟୁଷ ଗୋଏଲଙ୍କ ଗୋଚରାର୍ଥେ ନିଜର ମତାମତ ସହ କପ୍ରେରଣ କରିବାର ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.

six + nineteen =