ସମବାୟ ସମିତିର ଆସିଷ୍ଟାଂଟ ଆକାଉଂଟ ମ୍ୟାନେଜର ଭିଜିଲାନ୍ସ ଜାଲରେ


ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଂଟ ଆକାଉଂଟ ମ୍ୟାନେଜର ସୁଧୀର ନନ୍ଦ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସୁଧୀରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି ।
ବଲାଙ୍ଗୀର ପ୍ୟାଲେସ ଲାଇନ୍ ସ୍ଥିତ ନିଜ ଘରେ, ରୁଗୁଡ଼ିପଡ଼ା ସ୍ଥିତ ସଂପର୍କୀୟଙ୍କ ଘରେ ଓ ବିଡିସିସି ବ୍ୟାଙ୍କରେ ଏକକାଳୀନ ଚଢ଼ାଉ ଜାରି ରହିଛି ।
ଏହି ଚଢ଼ାଉରେ ବଲାଙ୍ଗୀର, ବରଗଡ଼, ସୋନପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି ।
ଚଢ଼ାଉ ବେଳେ ସୁନା, ନଗଦ ଟଙ୍କା, ୩ଟି ଜମି କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଜବତ ହୋଇଛି ।
ପୂର୍ବରୁ ସୁଧୀର ନନ୍ଦଙ୍କ ନାଁରେ ଅନେକ ଅଭିଯୋଗ ରହିଛି ।

Leave A Reply

Your email address will not be published.

four × five =