ଭୁବନେଶ୍ୱର: ରାଜ୍ୟର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଓ ଜୀବିକା ଯୋଗାଇଦେବାକୁ ସିପିଆଇ ଦାବୀ କରିଛି । ଏଥିସହ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟ ସେବାକୁ ସଠିକ୍ କରିବା; ମନରେଗା ଯୋଜନାରେ ପ୍ରତ୍ୟେକ ଶ୍ରମିକଙ୍କୁ ୨୦୦ ଦିନର କାମ ଯୋଗାଇଦେବା; ପ୍ରତ୍ୟେକ ପରିବାରକୁ ୭,୫୦୦ଟଙ୍କା ୬ ମାସ ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରିବା; ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ୧୦ କିଲୋ ରାସନ ସାମଗ୍ରୀ ଯୋଗାଇ ଦେବା; ପେଟ୍ରୋଲ, ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି କମାଇଦେବା; ଆସନ୍ତା ଫସଲ ପାଇଁ ଚାଷୀକୁ ମାଗଣାରେ ସାର, ବିହନ, ଔଷଧ ଯୋଗାଇ ଦେବା; ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇଥିବା ମାଇକ୍ରୋଫାଇନାନ୍ସର ଋଣ ଆଦାୟର ଜୁଲମ ବନ୍ଦ କରି ସେମାନଙ୍କର ଋଣ ଛାଡ଼ କରିବା; ରାଜ୍ୟ ବାହାରୁ ଓଡ଼ିଶା ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଯୋଗାଇଦେବା; ସମସ୍ତ କୃଷି ଋଣ ଛାଡ଼ କରିବା ପ୍ରଭୃତି ଦାବିରେ ଆସନ୍ତା ୨୦ରୁ ୨୪ ତାରିଖ ଓ ଅଗଷ୍ଟ ମାସ ତମାମ ଆନେ୍ଦାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉପରୋକ୍ତ ଦାବି ଉପରେ ୫ଲକ୍ଷ ପୋଷ୍ଟକାର୍ଡ ଦରଖାସ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ ।