ସମ୍ବଲପୁରରେ ଡ୍ରିମ ହୋମର ଫ୍ଲାଗସିପ୍ ଷ୍ଟୋର ଉଦ୍ଘାଟିତ

ସମ୍ବଲପୁର: ପଶ୍ଚିମ ଓଡିଶାର ବୃହତ୍ତମ ଶୋ’ରୁମ ‘ଡ୍ରିମ୍ ହୋମ୍’ର ଫ୍ଲାଗସିପ୍ ଷ୍ଟୋର୍ ସମ୍ବଲପୁରର ଅଇଁଠାପାଲି ଛକଠାରେ ଉଦ୍ଘାଟିତ ହୋଇଯାଇଛି । ୩୦୦୦ ବର୍ଗଫୁଟ ବିଶିଷ୍ଟ ଏହି ନୂତନ ଷ୍ଟୋର୍ଟି ସମସ୍ତଙ୍କ ସ୍ୱପ୍ନ ଓ ଆଙ୍କାକ୍ଷାକୁ ବାସ୍ତବତାର ରୂପ ଦେଇପାରିବ ବୋଲି ଆଶା କରାଯାଇଛି । ନିଜସ୍ୱ ଡିଜାଇନ୍ ଏବଂ ବିଶେଷ ସଂଗ୍ରହ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ପ୍ରତିଷ୍ଠିତ ବ୍ରାଣ୍ଡ୍ର ଭୁବନେଶ୍ୱର ଏବଂ କଟକରେ ବିଛୋନା ସେଣ୍ଟର ଏବଂ ଭୁବନେଶ୍ୱରରେ କେ ଏସ୍ ଫର୍ଣ୍ଣିସିଂ ଷ୍ଟୋର ରହିଥିବା ବେଳେ ସମ୍ବଲପୁରରେ ପ୍ରଥମ ଥର ପାଇଁ ଏହି ଷ୍ଟୋର୍ର ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ସୁରେଶ କୁମାର ସନ୍ତୁକା ଏବଂ ଶୋ’ରୁମର ପ୍ରତିଷ୍ଠାତା ରତନ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ଏହି କମ୍ପାନୀ ସବୁ ପ୍ରକାରର ବୁଣା ହେଉଥିବା ବସ୍ତ୍ର, ପରଦା, ୱାଲ ପେପର, କାର୍ପେଟ୍, ବେଡ୍ ରନର୍ସ, ବାଥ୍ ଆଇଟମ୍ସ, ମ୍ୟାଟ୍ ଓ ମ୍ୟାଟ୍ରେସ୍ ଭଳି ବିଭିନ୍ନ ପ୍ରକାରର ଉତ୍ପାଦ ସମସ୍ତଙ୍କୁ ସୁହାଇଲା ପରି ବଜେଟରେ ପ୍ରଦାନ କରିଥାଏ । ଏହି ବିଶାଳ ଉଦ୍ଘାଟନୀ ସମାରୋହର ପ୍ରତିଟି ମୂହୁର୍ତ୍ତକୁ ସ୍ମରଣୀୟ କରିବା ପାଇଁ ପଶ୍ଚିମ ଓଡିଶାର ବାସିନ୍ଦାମାନଙ୍କୁ ଏଥିରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିଲା । ଏହି ଅବସରରେ ଅଂଶୀଦାର ଅଜୟ ସନ୍ତୁକା, ଅଂଶୀଦାର ସନ୍ଦୀପ ଅଗ୍ରୱାଲ, ଷ୍ଟୋର ମ୍ୟାନେଜର ଅଜୟ ଅଗ୍ରୱାଲ, କ୍ଲଷ୍ଟର ମ୍ୟାନେଜର ଦେବସ୍ମିତା ପଣ୍ଡା ଓ ବିଜୟ ସନ୍ତୁକା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

thirteen + eleven =