ସମ୍ୱର୍ଦ୍ଧିତ ହେଲେ ୬ କ୍ରୀଡାବିତ୍

ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍ପଂରେନ୍ସ ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର ପ୍ରତିଭାବାନ କ୍ରୀଡାବିତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଥିଲୋ ଏହି ଅବସରରେ ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାର୬ ଜଣ ଉଦୀୟମାନ କ୍ରୀଡାବିତଙ୍କୁ ମଧ୍ୟ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରେ ସମ୍ୱର୍ଦ୍ଧିତ କରିଚ୍ଥନ୍ତି । ଯାଜପୁର ଜିଲ୍ଲାର ୧୭ ବର୍ଷରୁ କମ୍ ପୁଂଟବଲ ବର୍ଗରେ ୩ ଜଣ ପୁରୁଷ ଯଥାକ୍ରମେ ମାନସିଂ ହେମ୍ୱ୍ରମ, ବିକ୍ରମ ବେଶ୍ରା ଓ ସୋମନାଥ ମହାନ୍ତି ଖେଲୋ ଇଣ୍ଡିଆ ରେ ୨୦୨୦ ରେ ବ୍ରୋଂଚ ପଦକ ହାସଲ କରିଥିବାରୁ ପ୍ରତ୍ୟେକଙ୍କୁ ୮,୫୦୦/- ଟଙ୍କା ଓ ମହିଳା ଖେଳାଳୀ ଭାବେ ରୈାପ୍ୟ ପଦକ ବିଜେତା ସାଲଗେ ମାଝିଙ୍କୁ ୧୩,୫୦୦/-, ଆଥଲେଟିକ୍ସରେ ରାଜେନ୍ଦ୍ର ସିଧୁଙ୍କୁ ୪୩ ହଜାର ଟଂକା ଓ ରଗବୀ ଖେଳାଳୀ ସସ୍ମିତା ସାହୁଙ୍କୁ ୩,୫୦୦/- ଟଂକାର ଆର୍ଥିକ ପୁରସ୍କାର ଜିଲ୍ଲାପାଳ ଶ୍ରୀ ଦାସ ପ୍ରଦାନ କରିଥିଲେ । ସମସ୍ତ କ୍ରୀଡାବିତଙ୍କୁ ଉତରୀୟ ଓ ପୁଷ୍ପ ଗୁଚ୍ଚ୍ଥ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଜିଲ୍ଲା ଆଥଲେଟିକ ଆସୋସିଏସନର ସଂପାଦକ ସମ୍ୱିତ ମହାନ୍ତି ଓ ଅନ୍ୟାନ୍ୟ କ୍ରୀଡାବିତ୍ମାନେ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ଜିଲ୍ଲା ସ୍କୁଲ ପଡିଆ ଠାରେ ହକି ଯାଦୁଗର, କିମ୍ୱଦନ୍ତୀ କ୍ରୀଡାବିତ୍ ଧ୍ୟାନଚାନ୍ଦଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଥିଲାା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଯୋଗ ଗୁରୁ ମନ୍ମଥ ସାମଲ, ଅକ୍ଷୟ କୁମାର ଦାସ ପ୍ରମୁଖ ଧ୍ୟାନଚାନ୍ଦଙ୍କ ପଂଟୋ ଚିତ୍ରରେ ମାଲ୍ୟାର୍ପଣ ସହ ତାଙ୍କର ଦକ୍ଷତା, ନିଷ୍ଠା ଓ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ କ୍ରୀଡାବିତ୍ ଓ କ୍ରୀଡା ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

3 × 2 =