ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ସିପିଆଇର ପଦଯାତ୍ରା ଓ ପଥପ୍ରାନ୍ତ ସଭା

ଚମ୍ପୁଆ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନୀତି ପ୍ରତିବାଦରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସକାଳ ୯ରେ ଶହଶ଼ହ କର୍ମୀ ଓ ସମର୍ଥକଙ୍କ ଏକ ବିରାଟ ପଟୁଆର ସ୍ଥାନୀୟ ଵ୍ଲକଛକ ଠାରୁ ବାହାରି ସହରର ମୁଖ୍ୟ ରାସ୍ତା, ବସଷ୍ଟାଣ୍ଡ,ଏନ୍ଏସିର କେତୋଟି ଓ୍ଵାର୍ଡ ପଦଯାତ୍ରା କରିଥିଲେ । ଶେଷରେ ଗାନ୍ଧୀ ଛକଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ ଓ ଜିଲ୍ଲା ସମ୍ପାଦକ ବିଦ୍ୟାଧର ମହାନ୍ତ । ଏହାପରେ ସେଠାରେ ଅନୁଷ୍ଠିତ ଏକ  ବିଶାଳ ପଥପ୍ରାନ୍ତ ସଭାରେ ଅତିଥି ଦ୍ବୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ, ଶ୍ରମିକ ବିରୋଧୀ ଆଇନ,ଜନମାରଣ ନୀତି ବିରୁଦ୍ଧରେ ପ୍ରବଳ ବର୍ଷିଵା  ସହ ଏଥିପାଇଁ ସମସ୍ତେ ଏକଜୁଟ ହେବା ପାଇଁ ଆହ୍ଵାନ ଦେଇଥିଲେ ।ଏଥି ସହିତ ଦରଦାମର ମାତ୍ରାଧିକ ବୃଦ୍ଧି , ଦଖଲ ଜମିର ପଟ୍ଟା ପ୍ରଦାନ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୩୦୦୦ଟଙ୍କାକୁ ବୃଦ୍ଧି, ନିର୍ମାଣ ଶ୍ରମିକ ମାନଙ୍କର ପ୍ରାପ୍ୟ ତୁରନ୍ତ ପ୍ରଦାନ,୨୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି, ଧାନର ସହାୟକ ମୂଲ୍ୟ ୩୫୦୦ ଟଙ୍କାକୁ ବୃଦ୍ଧି, କୃଷି ଋଣଛାଡ କରିବା, ଚମ୍ପୁଆ ଡାକ୍ତରଖାନାରେ ଡାକ୍ତର ଓ ନର୍ସ ନିଯୁକ୍ତି, ଏଠାରେ ବାଇପାସ୍ ନିର୍ମାଣ, ଚମ୍ପୁଆରେ ଲ୍ୟାଣ୍ଡ ବ୍ୟାଙ୍କ ଗଠନ ଆଦି ଦାବି ଉପରେ ଉଭୟ ସରକାରଙ୍କ କାଳକ୍ଷେପଣ ନୀତି ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହ ସମ୍ପାଦକ କପିଳ ମହାନ୍ତ, ଅର୍ଜୁନ ମହାନ୍ତ, ବଦ୍ରୁଜାମା,ଶ୍ରୀହରି ଘଣା,ବାଗିରା ଚାତ୍ତାର ପ୍ରମୁଖ ପରିଚାଳନା କରିଥିବା ବେଳେ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ରହି ପଦଯାତ୍ରାକୁ ସଫଳ କରାଇଥିଲେ । 

ReplyForward

Leave A Reply

Your email address will not be published.

5 × 2 =