ସରକାରୀ ଉଚ୍ଚ ବିଦ୍ୟାଳୟ ସୁଡ୍ରା ସମସ୍ୟା ଘେରରେ

ହଷ୍ଟେଲର ଶତାଧିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଣି ସମସ୍ୟା

ବାଲିଗୁଡା : ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ପଂଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ସୁଡ୍ରା ରହିଅଛି । ଏହି ବିଦ୍ୟାଳୟଟି ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ଚାଲିଛି । ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ହୁଏ ତା ସାଙ୍ଗକୁ ପିଲା ରହିକି ପାଠ ପଢିବା ପାଇଁ ହଷ୍ଟେଲର ବ୍ୟବସ୍ଥା ବି ରହିଅଛି । ବିଦ୍ୟାଳୟ ପରିସରରେ ତିନି ଗୋଟି ହଷ୍ଟେଲ ରହିଛି ଗୋଟିଏ ଛାତ୍ରୀ ମାନଙ୍କ ପାଇଁ ରହିଥିବା ବେଳେ ଆଉ ଦୁଇଟି ହଷ୍ଟେଲ ଗୋଟିଏ କନିଷ୍ଠ ବିଭାଗ ଛାତ୍ର ଓ ଅନ୍ୟଟି ବରିଷ୍ଠ ବିଭାଗ ଛାତ୍ର ମାନଙ୍କ ପାଇଁ ରହିଅଛି । ହଷ୍ଟେଲର ସମୁଦାୟ ୩୮୦ ଜଣ ଛାତ୍ରଛାତ୍ରୀ ରହିକି ପାଠପଢୁଛନ୍ତି । ଏହି ହଷ୍ଟେଲରେ ରହିକି ପଢିବା ନିମନ୍ତେ ବାଲିଗୁଡାର ୧୪ ପଂଚାୟତ ତଥା ଜିଲ୍ଲାର ବିଭିନ୍ନ ବ୍ଲକରୁ ପିଲା ଆସି ରହି ପାଠପଢୁଛନ୍ତି । ବିଦ୍ୟାଳୟ ପରିସରରେ ସବୁ ସୁବିଧା ରହିଛି କିନ୍ତୁ ବିଦ୍ୟୁତ ଗଲେ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ ନାହିଁ ତ ପାଣି ନାହିଁ । ବାଲିଗୁଡା ଅଂଚଳରେ ବାରମ୍ବାର ବିଦ୍ୟୁତ କାଟ ହେଉଛି । ତାହାପୁଣି ଅଘୋଷିତ ବିଦ୍ୟୁତ କାଟ ଯାହାକି ଅଂଚଳବାସୀଙ୍କ ନିମନ୍ତେ ବହୁ କଷ୍ଟଦାୟକ ହେଉଛି । ବିଦ୍ୟୁତ କାଟ ହେଲେ ଏହି ବିଦ୍ୟାଳୟର ଅନ୍ତେବାସୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଦ୍ୟୁତ କାଟ ହୋଇଗଲେ ଅନ୍ୟ କିଛି ବ୍ୟବସ୍ଥା ନଥିବା ହେତୁ ଏହି ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ନିକଟସ୍ଥ ନାଳକୁ ଯାଇ ଗାଧୁଆ ପାଧୁଆ ସହ ସୌଚ ଓ ନିଜର ପୋଷାକ ସଫା କରିଆସୁଥିବା ଦେଖିବାକୁ ମିଳୁଛି ଏହା ଥରେ ନୁହେଁକି ଦୁଇଥର ନୁହେଁ ବାରମ୍ବାର ଏହିଭଳି ପିଲା ବାହାରକୁ ଯାଇ ଶୌଚ ସହ ଗାଧୁଆ ପାଧୂଆ ପୋଷାକ ସଫା କରିବା ଦେଖିବାକୁ ମିଳୁଛି ସୁଚନା ଯୋଗ୍ୟ ଯେ ବର୍ତମାନ ବର୍ଷା ଦିନ ସବୁ ନଦୀ ଓ ନାଳରେ ଜଳସ୍ତର ବଢିଛି ଯଦୀ ପିଲାମାନେ ଗାଧୋଇବା ବେଳେ କିଛି ଅଘଟନ ଘଟେ ତେବେ ଦାୟୀ କିଏ ରହିବ ବୋଲି ସାଧାରଣରେ ଚଚ୍ଚା ହେଉଛି । ବିଦ୍ୟାଳୟ ପରିସରରେ ଗୋଟିଏ ଓଭୋରହେଡ ଟାଙ୍କି ରହିଛି କିନ୍ତୁ ତାହା ଅଚଳ ଓ କୁପ ଗୋଟିଏ ନଳକୁପ ଗୋଟିଏ ରହିଛି । ପିଲାମାନେ ନଳକୁପ ଉପରେ ଭରସା କରିଥାନ୍ତି । ଗୋଟିଏ ନଳକୁପ ହିଁ ୩୮୦ ପିଲାଙ୍କୁ ପାଣି ଯୋଗଇଥାଏ କାରଣ ଦୁଇଟି କୁପକୁ ପିଲା ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି । କିନ୍ତୁ ବିଦ୍ୟୁତ ନଥିଲେ ଜେନେରେଟର କିମ୍ବା ଅନ୍ୟ କିଛି ବ୍ୟବସ୍ଥା ନଥିବା ହେତୁ ବିଦ୍ୟୁତ ଗଲେ ପିଲା ହାହାକାର ହେଉଛନ୍ତି ପାଣିପାଇଁ । ଶତାଧିକ ପିଲା ସମେତ ବିଦ୍ୟାଳୟ ସବୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେୟୀରେ ପାଇଁ ବିଅସୁବିଧାର ସମ୍ମୁଖିନ ହେଉଛନ୍ତି । ହଷ୍ଟେଲ ପିଲା କାହିଁକି ବାହାରକୁ ଗାଧୋଇବାକୁ ଯାଉଛନ୍ତି ବୋଲି ପ୍ରଧାନ ଶିକ୍ଷକ ପ୍ରଫୁଲ ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ବିଦ୍ୟାଳୟରେ ତିନିଗୋଟି ହଷ୍ଟେଲ ରହିଛି ଗୋଟିଏ ଛାତ୍ରୀ ମାନେ ରହୁଥିବା ବେଳେ ଆଉ ଦୁଇଟିରେ ଛାତ୍ର ମାନେ ରହୁଛନ୍ତି ସମସ୍ତ ବ୍ୟବସ୍ଥା ରହିଛି କିନ୍ତୁ କରେଣ୍ଟ ଗଲେ ମୋଟର ଚାଲୁ ନାହିଁ ଓ ଯାହାକି କରେଣ୍ଟ ନଥିବା ସମୟରେ ଆଉ କିଛି ଉପାୟ ନଥିବାରୁ ବାଧ୍ୟ ହୋଇ ଶତାଧିକ ପିଲାଙ୍କୁ ନିକଟସ୍ଥ ନାଳ କୁ ଗାଧୋଇବା ପାଇଁ ପଠାଉଛୁ ଓ ପିଲା ଗାଧୋଇ ଗଲାବେଳେ ଆମ ଷ୍ଟାଫ ମାନଙ୍କୁ ସାଥିରେ ପଠାଉଛୁ ,ଏହି ବାବଦରେ ଆମେ ଆମ ଉଚ୍ଚ କର୍ତୁପକ୍ଷଙ୍କୁ ଜଣାଇଛୁ ,ବର୍ତମାନ ନୁତନ ଭାବରେ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରସାସକ ଆସିଛନ୍ତି ଆମର ଆଶା ରହିଛି ସେ ଆମ ବିଦ୍ୟାଳୟର ଆମର ଅସୁବିଧାର ସମାଧାନ କରିବେ ବୋଲି କହିଛନ୍ତି । ତୁରନ୍ତ ପ୍ରଶାସନ ଏହି ବିଦ୍ୟାଳୟ ପ୍ରତି ନଜର ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

four × 2 =