ସରକାରୀ କାର୍ଯ୍ୟାଳୟ ସବୁ ଶନିବାର ବନ୍ଦ

ଭୁବନେଶ୍ୱର: ଅକ୍ଟୋବର ମାସରେ ସରକାରୀ କାର୍ଯ୍ୟାଳୟ ଚାଲିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଗାଇଡ୍ଲାଇନ୍ ଜାରି କରିଛି । ଭୁବନେଶ୍ୱର-କଟକରେ ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଏପରି ଭାବେ କର୍ମଚାରୀଙ୍କୁ ଡ୍ୟୁଟି ପକାଯିବ, ଯେମିତି ଅଫିସ୍ର କାର୍ଯ୍ୟ ବାଧାପ୍ରାପ୍ତ ନ ହୁଏ । ସଂକୃକ୍ତ କର୍ତୃପକ୍ଷ ଏହାକୁ ନିଶ୍ଚିତ କରିବେ । ଭୁବନେଶ୍ୱର ଓ କଟକରେ କରୋନା ପ୍ରକୋପ ଏବେ ଜୋର୍ ଥିବାରୁ ଏପରି ନିଷ୍ପତି ନିଆଯାଇଥିବା କୁହାଯାଉଛି । ତେବେ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଅକ୍ଟୋବର ମାସର ପ୍ରତି ଶିନିବାର ବନ୍ଦ ରଖିବାକୁ ସରକାର ନିଷ୍ପତି ନେଇଛନ୍ତି । ଏସ୍ଆର୍ସି, ଓସ୍ଡମା, ପୋଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା ଓ ପୌର ସେବା ପରି ଅତ୍ୟାବଶ୍ୟକ ସେବାଭିତିକ କାର୍ଯ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଏସବୁ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ତେବେ ବିଧାନସଭା ଅଧିବେଶନ ପାଇଁ ନିୟୋଜିତ ହୋଇଥିବା ସମସ୍ତ ଅଧିକରୀ ଓ କର୍ମଚାରୀ ଅଧିବେଶନ ଚାଲୁଥିବା ଯାଏ ସବୁଦିନେ ଡ୍ୟୁଟିରେ ରହିବେ । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟରେ କର୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବେ । ଏଥି ପାଇଁ ପୂର୍ବରୁ ଦିଆଯାଇଥିବା ନିର୍ଦେଶବଳୀକୁ ପାଳନ କରିବେ । ଅଫିସ୍ରେ ଡ୍ୟୁଟି ପଡ଼ି ନ ଥିବା କର୍ମଚାରୀମାନଙ୍କୁ ଜରୁରୀ ଆବଶ୍ୟକ ବେଳେ ଅଫିସ୍ ଡକାଗଲେ ସେମାନେ ସଙ୍ଗେ ସଙ୍ଗେ ଆସିବେ । କର୍ମଚାରୀମାନେ ଅଫିସ୍ ନ ଆସିଲେ ବି ସବୁବେଳେ ଫୋନ୍ରେ ଉପଲବ୍ଧ ହେବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

4 + seven =