ସରକାରୀ ଜମିରୁ ବୃଦ୍ଧାଙ୍କୁ ହଟାଇବାକୁ ଚକ୍ରାନ୍ତ ଅଭିଯୋଗ

ଚମ୍ପୁଆ(ନି.ପ୍ର)- ଦୀର୍ଘ ୭୦ବର୍ଷ ଧରି ସରକାରୀ ଜମିରେ ଘରକରି ରହିଥିବା ୭୦ ବର୍ଷୀୟ ବୃଦ୍ଧାଙ୍କୁ ସେଠାରୁ ହଟାଇବା ପାଇଁ ଚାଲିଛି ଚକ୍ରାନ୍ତ । ବୃଦ୍ଧାଙ୍କୁ ହଟାଇ ଉକ୍ତ ଜମିକୁ କବଜା କରିବା ପାଇଁ ବାରମ୍ବାର ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ବୃଦ୍ଧା ନ୍ୟାୟ ପାଇବା ଆଶାରେ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି । ଚମ୍ପୁଆ ବ୍ଲକ ବଡନଇ ପଞ୍ଚାୟତ ଅନ୍ତର୍ଗତ ସାନନଇ ଗ୍ରାମର ବିଧବା ଆଦିବାସୀ ମହିଳା ସୁନକା ମୁଣ୍ଡା ଏହି ମୌଜାର ୨୧୦ ଖାତା ଅନ୍ତର୍ଗତ ୫୩୨ ନମ୍ବର ପ୍ଲଟ ସରକାରୀ ଜମିରେ ବସବାସ କରି ଆସୁଛନ୍ତି । କିଛି ପ୍ରଭାବଶାଳି ବ୍ୟକ୍ତିଙ୍କର ସେହି ଜମି ଉପରେ ନଜର ପଡିଛି । ନିରାଶ୍ରୟ ସୁନକା ମୁଣ୍ଡାକୁ ସେଠାରୁ ହଟାଇ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ କରିଛି । ଫଳରେ ସୁନକା ଭୟରେ ଜୀବନ ବିତାଉଥିବା ବେଳେ ନିରୁପାୟ ହୋଇ ଶେଷରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ନିକଟରେ ଶରଣ ପଶିଛି ।

Leave A Reply

Your email address will not be published.

14 + one =