ବଳଙ୍ଗା : ଧନୁଆ ନଦୀର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କୁ ସରକାରଙ୍କ ରିଲିଫ ତାଲିକାରୁ ବାଦ ପଡିବା ଘଟଣାକୁ ନେଇ ଆଜି ଶାଇଁସ ପଂଚାୟତର ୨ଟି ୱାର୍ଡରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ବର୍ଷ ବନ୍ୟା ପାଣି ଯୋଗୁଁ ଶାଇଁସ ପଂଚାୟତର ତୋରିହଁବନ୍ଧର ରାବେଣା ସାହି , ତେଲିସାହି, ମଠସାହି, ପ୍ରଧାନସାହି ସହ ଦୁର୍ଗାପୁର, ଭଗବତୀପୁର, ତୋଟାପଡା, କୁଅଁରପୁର ପ୍ରଭୃତି ଗାଁ ଗୁଡିରେ ୫ଫୁଟ ଉଚ୍ଚରେ ଧନୁଆ ପାଣି ପ୍ରବାହିତ ହେବା ସହ ଗାଁ ସହ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇପଡିଥିଲା । ଫଳରେ ଲୋକମାନେ ଘରୁ ବାହାରି ପାରିନପାରି ବହୁ ଅସୁଡବିଧାର ସମ୍ୁଖିନ ହୋଇଥିଲେ । ବନ୍ୟାବିପନ୍ନ ମାନଙ୍କୁ ସରକାରଙ୍କ ପକ୍ଷରୁ ବର୍ତମାନ ପ୍ରତ୍ୟେକ ପରିବାରକୁ ୫ଶହ ଟଙ୍କା ଏବଂ ୫୦ କେଜି ଚାଉଳ ପ୍ରଦାନ କରାଯାଉଥିବା ବେଳେ ଏହି ପଂଚାୟତର ୧୬ନଂ ୱାର୍ଡର ବ୍ରାହ୍ମଣ ଶାସନ, ବେହେରା ସାହି, ଦଳିତ ସାହି ଏବଂ ୧୪ନଂ ୱାର୍ଡର ତୋଟାପଡା ଗ୍ରାମ ରିଲିଫ ଲିଷ୍ଟରେ ନଥିବାରୁ ଏହି ସବୁ ଗ୍ରାମମାନଙ୍କରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।