ସରପଞ୍ଚଙ୍କ ଗାଦିରେ ଦବଙ୍ଗଗିରି ଶ୍ୱଶୁର

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବଡ଼ଚେରଗାଁ ପଞ୍ଚାୟତରେ ସରପଞ୍ଚଙ୍କ ଗାଦିରେ ଦବଙ୍ଗଗିରି ଶ୍ୱଶୁର ବସି କାର୍ଯ୍ୟ ତୁଲାଉଥିବା ଦେଖିବାକୁ ମିଳୁଛି । ୨୦୨୨ ପଞ୍ଚାୟତରାଜ ନିର୍ବାଚନରେ ଶ୍ରୀମତୀ ମୀରା ମଞ୍ଜରୀ ସା ସରପଞ୍ଚ ରୂପେ ନିର୍ବାଚିତ ହୋଇଥିଲେ । ସରପଞ୍ଚ କାର୍ଯ୍ୟାଳୟକୁ ଆସିବାର ଇଚ୍ଛାଶକ୍ତି ଥିଲେ ସୁଦ୍ଧା ତାଙ୍କ ଶ୍ୱଶୁର କୁଶ ସାଙ୍କ ଚାପରେ ପଡି ଆସୁ ନ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । କୁଶ ସା ଏକଛତ୍ରବାଦ ଅବଲମ୍ବନ କରି ସରପଞ୍ଚଙ୍କ କ୍ଷମତାକୁ ନିଜେ ପ୍ରୟୋଗ କରୁଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଏଠାରେ ସରପଞ୍ଚଙ୍କୁ କାଠ ପୁତୁଳି କରି ରଖାଯାଇଥିବା ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ୱଶୁରଙ୍କ ଭୟରେ ସରପଞ୍ଚ ମୀରା ମଞ୍ଜରୀ ସା କୌଣସି ସୋସିଆଲ ମିଡିଆରେ ମୁହଁ ବି ଖୋଲୁ ନାହାନ୍ତି । ସରପଞ୍ଚଙ୍କ ଚୌକିରେ ଶ୍ୱଶୁର ବସି ପଞ୍ଚାୟତ ବୈଠକରେ ଭାଗ ନେବା ପଞ୍ଚାୟତର ୱାର୍ଡ ସଭ୍ୟମାନଙ୍କ ମଧ୍ୟରେ ଏକ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ଉପରେ ବ୍ଲକ ପ୍ରଶାସନ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ଅଞ୍ଚଳର ଦୋକାନ ବଜାରରେ ଚର୍ଚ୍ଚା ହେଉଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରାଯାଉ ନାହିଁ ତ ବୋଲି ପ୍ରଶ୍ନ ବାଚି ସୃଷ୍ଟି ହେଉଛି । ଏ ଉପରେ ବ୍ଲକ ପ୍ରଶାସନ କଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

twelve + 15 =