ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ପକ୍ଷରୁ ଉତ୍କଳ ଦିବସ ପାଳିତ

ଯୋଡ଼ା : ଉତ୍କଳୀୟ ମାନଙ୍କ ପାଇଁ ଆଜିର ଦିନଟି ଅନେକ ମହତ୍ୱ ପୂର୍ଣ୍ଣ । ୧୯୩୬ ମସିହା ଆଜିର ଦିନରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ସେହିଦିନ ଠାରୁ ଓଡ଼ିଶାବାସୀ ଉତ୍କଳର ବରପୁତ୍ର ମାନଙ୍କୁ ମନେ ପକାଇବା ଓ ସେମାନଙ୍କର ବଳିଦାନ ଆମପାଇଁ କେତେ ମହତ୍ୱ ତାହା ପିଢ଼ି ପିଢ଼ି ଧରି ମନେ ରଖିବା ନିମନ୍ତେ ଏହି ଦିନଟିକୁ ପୁରପଲ୍ଲୀରେ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ । ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଭଦ୍ରାସାହି ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟ।ମନ୍ଦିର ପକ୍ଷରୁ ଆଜି ଏକ ଭବ୍ୟ ସମାରୋହ ମାଧ୍ୟମରେ ପାଳନ କରିବା ସହିତ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥିଭାବେ ଭଦ୍ରାସାହି ପଂଚାୟତର ସରପଞ୍ଚ ପ୍ରମିଳା ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଟଣ୍ଟୋ ଗ୍ରାମରେ ଅବସ୍ଥିତ ନର୍ଭେରାମ ଲୌହ ଖଣିର ଉପସଭାପତି ସଦାନନ୍ଦ ରଣା , ମାନବ ସମ୍ବଳ ଅଧିକାରୀ ପିୟୁସ ପାଣ୍ଡେ , ଡେପୁଟି ମେନେଜର ପ୍ରଶାନ୍ତ କୁମାର ମହାନ୍ତି , ଇଲେକ୍ଟ୍ରିକାଲ ଡିଜିଏମ ସରୋଜ ଦେ ,  ସମିତିସଭ୍ୟ ଯସବନ୍ତ ପାତ୍ର , ନାଏବ ସରପଞ୍ଚ ସୁରେଶ  ମୁଣ୍ଡା , ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିମ୍ବାଧର ମହାନ୍ତ ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଛି । ଅତିଥିମାନେ ଆଜିର ଦିନ ତଥା ଉତ୍କଳ ଦିବସ ସମ୍ପର୍କରେ ପିଲାମାନଙ୍କୁ ବିସ୍ତୃତ ଭାବେ ଅଭିଭାଷଣ ମାଧ୍ୟମରେ କହିଥିଲେ । ଶେଷରେ ନର୍ଭେରାମ କମ୍ପାନୀ ସହଯୋଗୀତାରେ ଟଣ୍ଟୋ ଗ୍ରାମରୁ ଉକ୍ତ ବିଦ୍ୟାଳୟରେ ନାମ ଲେଖାଯାଇଥିବା ୩୭ ଜଣ ପିଲାଙ୍କ ପାଠପଢ଼ା ଉପରେ ଗୁରୁତ୍ୱ ଦେବା ଅଭିଭାବକ ମାନେ ଆବଶ୍ୟକ ସରଞ୍ଜାମ କିଣିବାକୁ ସକ୍ଷମ ନଥିବାରୁ କମ୍ପାନୀ ପକ୍ଷରୁ  ପିଲାମାନଙ୍କୁ ସ୍କୁଲ ବ୍ୟାଗ , ପୋଷାକ , ଟିଫିନ ବାକ୍ସ , ପାଣି ବୋତଲ ଇତ୍ୟାଦି ପ୍ରଦାନ କରାଯାଇଥିଲା । ଏଥିସହିତ ବିଦ୍ୟାଳୟରେ ପାଠପଢା ଆରମ୍ଭ ହେଲେ  ପିଲାମାନଙ୍କର ବହି , ଖାତା ଓ ଅନ୍ୟାନ୍ୟ ସାମଗ୍ରୀ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କମ୍ପାନୀର ଉପସଭାପତି ସଦାନନ୍ଦ ରଣା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

fifteen + 17 =