ସର୍ବନିମ୍ନ ମଜୁରୀ ଦାବୀ କରିବାରୁ କୃଷି ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ସି.ପି.ଆଇ.ର ନିନ୍ଦା

ବାରିପଦା : ମୟୂରଭ ଜିଲ୍ଲାରେ କୃଷି କ୍ଷେତ୍ରରେ କାମ କରି ଜିବିକା ନିର୍ବାହ ଦୁର୍ବିସହ ହୋଇପଡିଛି । ଏମାନଙ୍କୁ ଦୈନିକ କେତେକ କ୍ଷେତ୍ରରେ ୧୦୦ଟଙ୍କାରୁ କମ ମଜୁରୀରେ କାମ କରିବାକୁ ବାଧ୍ୟ କରାଯାଉ ଥିବା ଭଳି ଘଟଣା ପଦାକୁ ଆସିଛି । ସାରସକଣା ବ୍ଲକ ଅନ୍ତର୍ଗତ ଭୁରୁଷାଣି ଗ୍ରାମପଂଚାୟତର ଖଡିଆଶୋଳ ଗ୍ରାମରେ କେତେକ ଚାଷୀ ମହିଲା ଶ୍ର୍ରମୀକ ମାନଙ୍କୁ ଦୈନିକ ୧୦୦ ଟଙ୍କାରୁ କମ ମଜୁରୀ ଦେଉଥିବା ବେଳେ ଉପଯୁକ୍ତ ମଜୁରୀ ଦାବୀ କରିବାରୁ ମହିଳା ଶ୍ରମୀକଙ୍କୁ ପୁରୁଷ ଚାଷୀ ମାଡ ମାରିବା ବିଧା ଗୋଇଠା ମାରିବା, ଲୁଗାପଟା ଟାଣିବା ଭଳି ଘଟଣା ଘଟିଥିବା ଏବଂ ଏବାବଦରେ ଝାରପୋଖୋରୀଆ ଥାନାରେ ଜୀବନ ଦଣ୍ଡପାଟ, ମିଥୁନ କଲିଆ, ବଡବାବୁ କଲିଆ, ବାବୁଆ ବାରିକ, ଟୁଟୁ ପାତ୍ର, ସୁରୁକୁନୁ ପାତ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିବାର ଜଣାଯାଇଛି । ଏହି ଘଟଣାରେ ଶ୍ରମୀକ ମାନଙ୍କୁ ତାଙ୍କର ହକ ଯୋଗାଇ ଦେବା ସହିତ ମାମଲାର ନିରପେକ୍ଷ ତଦନ୍ତ କରି ତୁରନ୍ତ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସି.ପି.ଆଇ. ପକ୍ଷରୁ ଜିଲ୍ଲା ସଂପାଦକ ଜଜ୍ଞବନ୍ଧୁ ମିଶ୍ର ଦାବୀ ଜଣାଇଛନ୍ତି । ।ର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

3 − 2 =