ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରୋନା

ବରଗଡ଼: ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ବିକାଶ ହସ୍ପିଟାଲରେ ଭତି କରାଯାଇଛି । ଶ୍ରୀ ଆଚାର୍ଯ୍ୟ ବୁଧବାର ଦିଲ୍ଲୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଥିଲେ । ଏହା ପରେ ସେ ଭୁବନେଶ୍ୱରରୁ ବରଗଡ଼ ଫେରିଥିଲେ । ବାଟରେ ତାଙ୍କୁ ସାମନ୍ୟ ଜ୍ୱର ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ଆର୍ଟିପିସିଆର୍ ଟେଷ୍ଟ କରାଯାଇଥିଲା, ଯାହା ପଜିଟିଭ ବାହାରିଥିଲା । ଏହା ପରେ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କୁ ବିକାଶ ହସ୍ପିଟାଲରେ ଭତି କରାଯାଇଛି । ତେବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ପରିବାରବର୍ଗଙ୍କୁ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.

17 − one =