ଚମ୍ପୁଆ: କରୋନା ମହାମାରୀ ସମୟରେ ଜୀବନ ଜୀବିକା ସଂପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଡାକ୍ତରଖାନା ରେ ଗୁରୁତର ରୋଗୀମାନେ ରକ୍ତ ନ ପାଇ ହୀନସ୍ତା ହେଉଛନ୍ତି ।ଲକ ଡାଉନ,ସର୍ଟଡାଉନ ସମୟରେ ରକ୍ତର ଅଭାବକୁ ଲକ୍ଷ ରଖି ଆଜି ଚମ୍ପୁଆ ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ୱେଛାକୃତ ଭାବେ ୧୪ଜଣ ରକ୍ତଦାନ କରିଥିଲେ । ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଏହାର ସଦସ୍ୟମାନେ ମାକ୍ସ ଓ ସାମାଜିକ ଦୂରତା ଓ କୋଭିଡ ନିୟମ ପାଳନ କରି ଜଣକ ପରେ ଜଣେ ଆସି ରକ୍ତ ଦାନ କରିଥିଲେ । ଏହି ଅବସରରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା ଉମାକାନ୍ତ ସାହୁ, ବ୍ଲଡ ବ୍ୟାଙ୍କ ଅଧିକାରୀ ଡା ଜ୍ୟୋତିରଂଜନ ମଲ୍ଲିକଙ୍କ ଉପସ୍ଥିତିରେ ଗଙ୍ଗାଧର କର, ମନଜିତ ସାହୁ, ମହେଶ୍ୱର ଦାସ, ସଂଜୟ ଗିରି, ବିଜୟ ସାହୁ,ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ମୋଟ ୧୪ଜଣ ସଦସ୍ୟ ରକ୍ତଦାନ କରିଥିଲେ । ଏଥିରେ ରକ୍ତଭଣ୍ଡାରର ଷ୍ଟାଫ ତ୍ରୀବେଣୀ ନାଏକ, ଶିବା ବେହେରା, ରକ୍ତିମା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ରକ୍ତଦାତାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା ।