ସାଇବର କ୍ରାଇମ୍ ଉପରେ ସତର୍କତା ପାଇଁ ଝାରସୁଗୁଡା ଜ଼ିଲ୍ଲାପାଳଙ୍କ ପ୍ରେସମିଟ

ଝାରସୁଗୁଡା: ଝାରସୁଗୁଡା ଜ଼ିଲ୍ଲାପାଳ ଆବୋଲି ସୁନୀଲ ନାରଭେନଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡା ଆରକ୍ଷୀ ଅଧିକାରୀଙ୍କ ସମ୍ବିଳନୀ କକ୍ଷରେ ସାଇବର ସତର୍କତା ଓ ପ୍ରଚାର ଉପରେ ଏକ ପ୍ରେସମିଟ ହୋଇଥିଲା l ଏଥିରେ ଝାରସୁଗୁଡା ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ପରମାରସ୍ମିତ ପରାସତ୍ତମ ଦାସ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ତଥା ସାମ୍ବାଦିକମାନେ ଉପସ୍ଥିତ ଥିଲେ l ସାଇବର କ୍ରାଇମ୍ ଉପରେ ସତର୍କତା ରହିବା ପାଇଁ ଝାରସୁଗୁଡା ଜ଼ିଲ୍ଲାରେ 45 ଟି କାର୍ଯକ୍ରମ 2.10.23 ରୁ 15.10.23 ମଧ୍ୟରେ କରାଯିବ ବୋଲି ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକାରୀ (ଏସ ପି ) ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ 02.10.23 ସନ୍ଧ୍ୟାରେ ମନମୋହନ ଏମ ଇ ସ୍କୁଲ ପଡିଆରେ କରାଯିବ l ସାଇବର କ୍ରାଇମ୍ ସତର୍କତା ଓ ପ୍ରଚାର ପାଇଁ ସାଇକେଲ /ମୋଟର ସାଇକେଲ ରାଲି, କୁଇଜ଼ କପିଟସନ, ପେଣ୍ଟଇଙ୍ଗ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି l ଏଥିରେ ସାଧାରଣ ଜନତା, ସାମ୍ବାଦିକ, ଛାତ୍ର, ଶିକ୍ଷକ, ବ୍ୟାଙ୍କ କର୍ମଚାରୀ କର୍ମଯୋଗାଣ ସଂସ୍ଥା, ମିଶନ ଶକ୍ତି, ସମ୍ପୃକ୍ତ ସରକାରୀ କର୍ମଚାରୀ, ଅଙ୍ଗନବାଡି କର୍ମୀ, ବେସରକାରୀ ସଂସ୍ଥା, ଲାୟନ କ୍ଲବ ଆଦିଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ଆବାହାନ କରାଯାଇଛି l  ଇଲେକ୍ଟ୍ରୋନିକ ମିଡ଼ିଆ, ସାମ୍ବାଦିକ ମାନଙ୍କୁ ସମ୍ପୂର୍ଣ ସହଯୋଗ କରିବାକୁ ଏସ ପି ଶ୍ରୀଯୁକ୍ତ ଦାସ କହିଛନ୍ତି l 15.10.23 ରେ ମନମୋହନ ଏମ ଇ ସ୍କୁଲ ପଡିଆରେ  ଉତଜାପନ ଉତ୍ସବ କରାଯିବ ବୋଲି ସ୍ଥାନୀୟ ଜ଼ିଲ୍ଲାପାଳ ଓ ଏସ ପି ସୂଚନା ଦେଇଛନ୍ତି l

Leave A Reply

Your email address will not be published.

fifteen − 6 =