ସାଇବର ଠକେଇ ନେଇ ପୋଲିସର ସଚ୍ଚେତନତା

ପାରାଦ୍ୱୀପ: ବର୍ତ୍ତମାନ ଅନଲାଇନ୍ ଓ ସାଇବର ମାଧ୍ୟମରେ ଠକେଇ ବା ଅପରାଧ ଦୃତ ଗତିରେ ବଢିବାରେ ଲାଗିଛି । ସାଧାରଣରେ ସଚ୍ଚେତନତା ଅଭାବ ଯୋଗୁଁ ଲୋକମାନେ ଏହି ଠକାମୀର ଶିକାର ହୋଇ ପୋଲିସର ସହାୟତା ନେଇଥାନ୍ତି । ତେବେ ଜନସାଧାରଣ ସତର୍କ ରହିଲେ ଏହି ଅପରାଧ ବହୁ ମାତ୍ରାରେ ହ୍ରାସ ପାଇବ । ଏହି ପରିପ୍ରେକ୍ଷୀରେ ବନ୍ଦର ଓ ଶିଳ୍ପ ସହର ରେ ପାରାଦ୍ୱୀପ ଆଦର୍ଶ ଥାନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କ ମାନଙ୍କରେ ବ୍ୟାଙ୍କ ହିତାଧିକାରୀଙ୍କୁ ନିଜ ଓଟିପି କିମ୍ବା ବ୍ୟାଙ୍କ ଆକାଉ> ର କୌଣସି ବିବରଣୀ କାହାକୁ ନଦେବା ପାଇଁ ସଚ୍ଚେତନ କରାଯାଇଥିଲା । ବ୍ୟାଙ୍କରୁ ଅଧିକ ଅର୍ଥ ଉଠାଣ କିମ୍ବା ପଇଠ ସମୟରେ ଆବଶ୍ୟକ ପଡିଲେ ଯେ କୌଣସି ବ୍ୟକ୍ତି ପୋଲିସର ସହାୟତା ନେଇ ପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସହରରେ ଥିବା ବ୍ୟାଙ୍କଷ୍ଟି୍ରଟ୍ରେ ବ୍ୟାଙ୍କ ହିତାଧିକାରୀଙ୍କ ସୁରକ୍ଷା ପାଇଁ ପୋଲିସ ମୃତୟନ ହେବା ସଙ୍ଗେ ସଙ୍ଗେ ୨୪ ଘ>ିଆ ପ୍ୟାଟ୍ରୋଲିଂ ର ବ୍ୟବସ୍ଥା କରାଯାଇଛି ବୋଲି ଆଦର୍ଶ ଥାନା ଅଧିକାରୀର ରଜନୀକାନ୍ତ ସାମଲଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.

twelve − 12 =