ନବରଙ୍ଗପୁର: ନବରଙ୍ଗପୁର ସହର ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରିବାର ମୁଖ୍ୟ ମାଧ୍ୟମ ପାଲିଟିଛି । ପ୍ରତ୍ୟେକ ଦିନ ବିଭିନ୍ନ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି । ଗତ ଶନିବାର ଉତରପ୍ରଦେଶ ଚାଲାଣ ବେଳେ ନବରଙ୍ଗପୁର ପୋଲିସ ହାତରେ ଧରପଡିଥିଲା ଏକ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଜାଇଲୋ ଗାଡି(ଡବ୍ଲୁବି୩୮ଡବ୍ଲୁ୭୫୮୮) । ଉକ୍ତ କାରକୁ ଯାଞ୍ଜ କରିବା ସମୟରେ ଗାଡିର ମଝି ସିଟ୍ ଏବଂ ପଛ ସିଟ୍ ତଳେ ଏକ ସିକ୍ରେଟ ଚାମ୍ବରରେ କିଛି ପ୍ୟାକେଟ ଥିବା ଦେଖିବାକୁ ପାଇଥିଲା । ସମସ୍ତ ପ୍ୟାକେଟକୁ କାଢି ଓଜନ କରିବାରୁ ସମସ୍ତ ପ୍ୟାକେଟରେ ଏକ କ୍ୱିଣ୍ଟାଲରୁ ଉର୍ଦ୍ଧ ପରିମାଣର ଗଞ୍ଜେଇ ମିଳିଥିଲା । ଏଥିରେ ସମ୍ପୃକ୍ତ ଦୁଇ ଜଣ ବିହାର ରାଜ୍ୟର ବକ୍ସର ଜିଲ୍ଲାର ହରି ଶଙ୍କର ପାଶ୍ୱାନ ଓ ଗୋପାଳଗଞ୍ଜ ଜିଲ୍ଲାର ସୈାକତ ଅଲ୍ଲୀଙ୍କୁ ଗିରଫ କରିବା ସହ ଗଞ୍ଜେଇ ଚୋରାଚାଲାଣରେ ବ୍ୟବହୃତ ହେଉଥିବା ଗାଡି ସହ ତାଙ୍କ ଠାରୁ ଦୁଇ ହଜାର ଟଙ୍କା, ୩ଟି ମୋବାଇଲ ଫୋନ, ଦୁଇଟି ଏଟିଏମ କାର୍ଡ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ସେହିପରି ରବିବାର କୈାଣସି ସୁତ୍ରରୁ ଖବର ପାଇ ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନାଙ୍କ ନିଦେ୍ର୍ଧଶ କ୍ରମେ ନବରଙ୍ଗପୁର ଏସଡିପିଓ ଆଦିତ୍ୟ ସେନ,ନବରଙ୍ଗପୁରଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସହ ପୋଲିସର ଏକ ଟିମ୍ ସହରର ପ୍ରବେଶ ପଥ ଇନ୍ଦ୍ରାବତୀ ନଦୀ ପୋଲ ନିକଟରେ ସମସ୍ତ ଗାଡି ଯାଞ୍ଜ କରିବା ସମୟରେ ଏକ ପିକଅପ ଭ୍ୟାନ(ଓଡି-୦୪ଏ-୧୧୨୮) କୁ ଅଟକାଇ ଯାଞ୍ଝ ବେଳେ ସେଥିରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ । ପରେ ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା ଗାଡିରେ ଏକ ସିକ୍ରେଟ ଚାମ୍ବର କରାଯାଇ ସେଥିରେ ଗଞ୍ଜେ ରଖାଯାଇଥିଲା । ପରେ ତହସିଲଦାର ରବୀନ୍ଦ୍ର ରାଉତଙ୍କ ଏପସ୍ଥିତିରେ ଗାଡିର ସିକ୍ରେଟ ଚ୍ୟାମ୍ବରରେ ଥିବା ସମସ୍ତ ୭୦ ପ୍ୟାକେଟକୁ କାଢି ଓଜନ କରିବାରୁ ସମସ୍ତ ପ୍ୟାକେଟରେ ୩ କ୍ୱିଣ୍ଟାଲ ୨୬କେଜି ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ପରେ ଅଟକ ରଖିଥିବା ୨ଜଣ ଯୁବକଙ୍କୁ ଗିରଫ କରିଥିଲା ପୋଲିସ ।ଗିରଫ ଦୁଇଜଣ ହେଲେ ବିହାର ମାଢାସାଲାମି ଥାନା ଅନ୍ତର୍ଗତ ନିହାରପୁର ଗାଁର ଦାଦା ରଞ୍ଜିତ କୁମାର ଏବଂ ପୁତୁରା ସୁନିଲ କୁମାର ବୋଲି ଜଣାପଡିଛି । ଗଞ୍ଜେଇ ଚୋରାଚାଲାଣରେ ବ୍ୟବହୃତ ହେଉଥିବା ଗାଡି ସହ୨ଟିମୋବାଇଲ ଫୋନ, ଏଟିଏମ କାର୍ଡ ଜବତ କରିଥିଲେ । ପୋଲିସ ତଦନ୍ତ ବେଳେ ଜବତ ଗଞ୍ଜେଇ ଜୟପୁରରୁ ନବରଙ୍ଗପୁର ଓ ଭବାନୀପାଟଣା ଦେଇ କଟକ ଚାଲାଣ କରାଯାଉଥିଲା ବୋଲି ଜାଣିବାକୁ ପାଇଥିଲା । ଏ ନେଇ ନବରଙ୍ଗପୁର ଥାନାରେ କେସ୍ ନଂ-୯୦/୨୧ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଅତିରିକ୍ତ ଆଇଆଇସି ପ୍ରମିଳା ବିଡିକା,ଏସଆଇ ବଳରାମ ବେହେରା,ରାଜେଶ ବେହେରା,ସୁଚିତ୍ରା ଜୟସେନ,ଏସଆଇ କ୍ଷୀରସିନ୍ଧୁ ସାହୁ,ହେମନ୍ତ ହରିଜନ,ପ୍ରଭାକର ହରିଜନ,ଅନିଲ ପୃଷ୍ଟି ପ୍ରମୁଖ ଭାଗ ନେଇଥିଲେ ।