ଚମ୍ପୁଆ:ସରକାର ଲୋକଙ୍କୁ ପାନିୟ ଜଳ ଯୋଗାଣ ପାଣି ଯୋଜନା କରିଥିବା ବେଳେ ଏହି ଯୋଜନା ଲୋକଙ୍କ କାମରେ ଆସି ପାରୁ ନାର୍ହି । ବିଭାଗିୟ କର୍ମକର୍ତାର୍ଙ୍କ ଉଦାସିନତା ପାଇଁ ଯୋଜନାର ସୁଫଳ ଜନତାଙ୍କ ପାରେ ପହଞ୍ଚିପାରୁ ନଥିବା ଅଭିଯୋଗ ହୋଇଛି । ମିଳି ଥିବା ଅଭିଯୋଗ ଅନୁଯାୟୀ ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତ ଅନ୍ତର୍ଗତ ସାତହଳିଆ ଗ୍ରାମରେ ଏକ ସୋଲାର ପାନିୟ ଜଳ ପ୍ରକଳ୍ପ କାର୍ଯ୍ୟକାରରି ହୋଇଛି । କିଛି ଦିନ ଯୋଳ ଯୋଗାଣ ହେବା ପରେ ପ୍ରାୟ ୨୫ ଦିନରୁ ଉର୍ଦ୍ଧ ହେବ ସୋଲାରର ମୋଟର ଖରାପ ଯୋଗଁ ଏବଂ ଓଭର ହେଡ ଟାଙ୍କି ଫାଟି ଯାଇ ଥିବାରୁ ଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଗ୍ରାମର ୨ଶହରୁ ଉର୍ଦ୍ଧ ଲୋକ ପିଇବା ପାଣି ପାିଁଇଅସୁବିଧାର ସମ୍ମୁଖିôନ ହେଉଛନ୍ତି । ପିଇବା ପାଣି ସଂଗ୍ରହ ପାଇଁ ପ୍ରାୟ ୧ କିମି ଦୂରରେ ଥିବା ନଳ କୂପ ଉପରେ ନିର୍ଭର କରୁଛନ୍ତି । ଏ ସମନ୍ଧରେ ଗ୍ରାମବାସୀ ଚମ୍ପୁଆ ଜଳ ଓ ପରିମଳ ବିଭାଗ କନିଷ୍ଟ ଯନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରକଳ୍ପ୍ ମରାମତି କରି ଜଳ ଯୋଗାଣର ବ୍ୟବସ୍ଥା କରାଯାଇ ପାରି ନାହିଁ ।