ଯାଜପୁର,୬ ।୦୬(ନି.ପ୍ର.): ସାରା ବିଶ୍ୱରେ ମହାମାରୀ ‘କରୋନା’ ସମଗ୍ର ଜୀବନକୁ ଅସ୍ତବ୍ୟସ୍ତ କରିଦେଇଅଛି । ଏଥିରୁ ଓଡ଼ିଶା ବି ମଧ୍ୟ ବାଦ୍ ପଡ଼ିନାହିଁ । ଦୀର୍ଘ ପ୍ରାୟ ୩ ମାସ ଧରି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନିମ୍ନ ମଧ୍ୟବିତ ପରିବାର ଆଜି ଏକପ୍ରକାର ବେସାହାରା ଅବସ୍ତାରେ କାଳାତିପାତ କରୁଅଛନ୍ତି । ଏହି ମହାମାରୀ ‘କରୋନା’ ଯୁଦ୍ଧରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ୍, ଅଙ୍ଗନୱାଡ଼ି କର୍ମୀ, ସାମ୍ବାଦିକ, ଆମ୍ବୁଲାନ୍ସ ସେବାକାରୀ, ଇତ୍ୟାଦି ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ପ୍ରାଣପଣେ ଚେଷ୍ଟାରେ ଲାଗିଛନ୍ତି । ରାଜ୍ୟ ସରକାର ଏହି ଯୋଦ୍ଧାଙ୍କ ପାଇଁ ଯଦି କେହି ମୃତ୍ୟୁବରଣ କରନ୍ତି ତାଙ୍କ ପାଇଁ ବୀମାରାଶି ଘୋଷଣା କରିଛନ୍ତି । ସେହିପରି ସାମ୍ବାଦିକମାନଙ୍କ ପାଇଁ ମଧ୍ୟ କାର୍ଯ୍ୟରତ ସାମ୍ବାଦିକ କରୋନାରେ ପ୍ରାଣତ୍ୟାଗ କଲେ ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଯାହାକି ସାମ୍ବାଦିକମାନେ ସରକାରଙ୍କ ନିଷ୍ପତିକୁ ଗ୍ରହଣ କରିଛନ୍ତି । ସେମାନେ ଖବର କାଗଜ ବିକ୍ରୟର ଲବ୍ଧ ଅର୍ଥ ଓ ବିଜ୍ଞାପନ ସଂଗ୍ରହ କରି ଜୀବିକା ନିର୍ବାହ କରିଥାଆନ୍ତି । ଯାହାକି ଏହି ମହାମାରି କରୋନା ସମୟରେ ତାହା ସମ୍ଭବ ହେଉ ନାହିଁ । ସେହିପରି କ୍ଷୁଦ୍ର ଓ ମଧ୍ୟମ ଧରଣର ସମ୍ବାଦପତ୍ର ଟ୍ରେନ୍ ଓ ବସ୍ ·ଲୁ ନଥିବାରୁ ବିଭିନ୍ନ ସ୍ଥାନକୁ ଯାଇ ପାରୁନାହିଁ । ଯାହା ଫଳରେ ଗ୍ରାମାଂଚଳଠାରୁ ସହରାଂଚଳର ସାମ୍ବାଦିକମାନେ ଆର୍ଥିକ ଅଭାବ ଦେଇ ଗତି କରୁଛନ୍ତି । ଏଣୁ ରାଜ୍ୟସରକାର ସମସ୍ତ ସାମ୍ବାଦିକମାନଙ୍କୁ ଏକ ମଧ୍ୟବର୍ତୀକାଳୀନ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କଲେ ସାମ୍ବାଦିକମାନେ ଉପକୃତ ହୋଇପାରନ୍ତେ । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସଂଘର ରାଜ୍ୟ ସାଧାରଣ ସଂପାଦକ ତପନ ମହାରଣ୍ୟଶର୍ମ, ସଂପାଦକ ଦିଲ୍ଲୀପ ଦାଶ, ଜିଲ୍ଲା ସଭାପତି କାଶୀନାଥ ବାରିକ, ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ମିଶ୍ର, ଉପ ସଭାପତି ବିଜୟ ମହାରଣା, ସୁରେନ୍ଦ୍ର ସାମଲ, ଦିପକ୍ ଗୋଚ୍ଛାୟତ, ସୁରେଶ କର, ଆନନ୍ଦ ବିଶ୍ୱାଳ ପ୍ରମୁଖ ସରକାରଙ୍କଠାରେ ଦାବି ଜଣାଇଅଛନ୍ତି ।